ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍ ସଂଯୋଗ ଦାବିରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍ର ୫୫ ଆଦିବାସୀ ପରିବାର। ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କରିଛନ୍ତି ଏହି ଆଦିବାସୀ ପରିବାର। ବହୁବର୍ଷ ହେଲା ଦାବି କରୁଥିଲେ।
ସୂଚନାଯୋଗ୍ୟ କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ଏହି ୫୫ ପରିବାରଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିପାରୁନି। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ବିଜୁଳି ସଂଯୋଗ ବି ନାହିଁ। ଏପରିକି ଲୋକେ ମୋବାଇଲ୍ ଚାର୍ଜ କରିବାକୁ କପ୍ତିପଦା ବଜାରକୁ ଆସୁଛନ୍ତି। ଏଥିପାଇଁ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଣି ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି। ଏସବୁ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ହେଲେ ପ୍ରଶାସନ କିମ୍ବା ସରକାର ଏହାର ସମାଧାନ କରୁନାହାନ୍ତି। ତେଣୁ ଆଜି ସକାଳୁ ସମସ୍ତ ୫୫ ପରିବାରର ଲୋକ ବସ୍ଭଡ଼ା କରି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍ ପାଇଁ ଦାବି କରିଥିଲେ। ୨୪ ଘଣ୍ଟା ଭିତରେ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ଘରକୁ ଫେରିଥିଲେ।
ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ
ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…








