ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) । ଏ ସମ୍ପର୍କରେ ପରିବାର ଲୋକ ମୋହନା ଥାନାରେ ଅଭିଯୋଗ କରିଛନ୍ତି । କୁସୁମପୁର ଗାଁରେ ପହଞ୍ଚି ତନାଘନା କରୁଛି ପୁଲିସ । ୮ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଗାଁଠାରୁ ଦେଢ଼ କିମି ଦୂର ଜଙ୍ଗଲରେ ମୃତଦେହ ପୋତି ଦିଆଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣା କରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ଜିରାଙ୍ଗ ପଞ୍ଚାୟତ କମଳପୁର ଗାଁର କରୁଣାକର ପ୍ରାୟ ୮ ମାସ ହେବ କୁସୁମପୁର ଗାଁରେ ରହୁଥିଲେ । ଗାଁଠାରୁ କିଛି ଦୂରରେ କୁଡ଼ିଆ କରି ରହିବା ସହ ଚାଷକାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏଥିସହ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର ଜନୈକ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର ମୃତ୍ୟୁ ହୋଇଥିଲା । ବାଳକଟିକୁ କରୁଣାକର ହିଁ ଗୁଣି କରି ମାରିଦେଇଥିବା ଗାଁ ଲୋକ ସନ୍ଦେହ କରୁଥିଲେ । ଏନେଇ ଗତ ମାସ ୨୮ ତାରିଖରେ ଗ୍ରାମର ଦୁଇଜଣ କରୁଣାକରଙ୍କ ପାଖକୁ ଯାଇ “ଆମ ପିଲାର ଦେହ ଭଲ ନାହିଁ ଚେରମୂଳି ଔଷଧ ଦେବୁ ଆସେ” ବୋଲି କହି ଡାକି ନେଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ ରଖି ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପ୍ରବଳ ମାଡ଼ ମାରି ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା କରୁଣାକରଙ୍କ ଭାଉଜ ସବିତା ଦଳାଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ।

ଏହି ହତ୍ୟାରେ କୁସୁମପୁର ଗାଁର କିଛି ଲୋକଙ୍କ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ନାମ ଏତଲାରେ ଦର୍ଶାଇଛନ୍ତି । ମୋହନା ପୁଲିସ କୁସୁମପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରଥିଲା । ହତ୍ୟା ପରେ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି ଦେଇଥିବା ପୁଲିସ ଜାଣିବାକୁ ପାଇଛି । ଗତକାଲି ରାତି ହୋଇଯାଇଥିବାରୁ ଖୋଳି ବାହାର କରିବା ସମ୍ଭବ ହୋଇ ନାହିଁ । ଆଜି ସକାଳେ ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।

ଗତ ଶନିବାର ଗୁଣି ସନ୍ଦେହରେ ମୋହନା ଥାନା ରାଚାଗୁଡ଼ା ଗାଁର ଗୋପାଳ ମଳିକଙ୍କୁ ହତ୍ୟା କରି ଅଡ଼ବା ହରଭଙ୍ଗୀ ଡ୍ୟାମ୍‌ରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଘଟଣାର ୪ ଦିନ ପରେ ପୁଣି ଗୁଣି ସନ୍ଦେହରେ ଆଉ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ