ମାଟି ଖୋଳି ମୃତଦେହ ଉଦ୍ଧାର, ୮ ଅଟକ

ମୋହନା: ପୁଣି ଗୁଣି ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ । ମୃତକ ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦) । ଏ ସମ୍ପର୍କରେ ପରିବାର ଲୋକ ମୋହନା ଥାନାରେ ଅଭିଯୋଗ କରିଛନ୍ତି । କୁସୁମପୁର ଗାଁରେ ପହଞ୍ଚି ତନାଘନା କରୁଛି ପୁଲିସ । ୮ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଗାଁଠାରୁ ଦେଢ଼ କିମି ଦୂର ଜଙ୍ଗଲରେ ମୃତଦେହ ପୋତି ଦିଆଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣା କରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ଜିରାଙ୍ଗ ପଞ୍ଚାୟତ କମଳପୁର ଗାଁର କରୁଣାକର ପ୍ରାୟ ୮ ମାସ ହେବ କୁସୁମପୁର ଗାଁରେ ରହୁଥିଲେ । ଗାଁଠାରୁ କିଛି ଦୂରରେ କୁଡ଼ିଆ କରି ରହିବା ସହ ଚାଷକାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏଥିସହ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ । କିଛି ଦିନ ତଳେ କୁସୁମପୁର ଗାଁର ଜନୈକ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର ମୃତ୍ୟୁ ହୋଇଥିଲା । ବାଳକଟିକୁ କରୁଣାକର ହିଁ ଗୁଣି କରି ମାରିଦେଇଥିବା ଗାଁ ଲୋକ ସନ୍ଦେହ କରୁଥିଲେ । ଏନେଇ ଗତ ମାସ ୨୮ ତାରିଖରେ ଗ୍ରାମର ଦୁଇଜଣ କରୁଣାକରଙ୍କ ପାଖକୁ ଯାଇ “ଆମ ପିଲାର ଦେହ ଭଲ ନାହିଁ ଚେରମୂଳି ଔଷଧ ଦେବୁ ଆସେ” ବୋଲି କହି ଡାକି ନେଇଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ତିନି ଦିନ ରଖି ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ପ୍ରବଳ ମାଡ଼ ମାରି ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା କରୁଣାକରଙ୍କ ଭାଉଜ ସବିତା ଦଳାଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ।

ଏହି ହତ୍ୟାରେ କୁସୁମପୁର ଗାଁର କିଛି ଲୋକଙ୍କ ସମ୍ପୃକ୍ତି ଥିବାବେଳେ ସେମାନଙ୍କ ନାମ ଏତଲାରେ ଦର୍ଶାଇଛନ୍ତି । ମୋହନା ପୁଲିସ କୁସୁମପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରଥିଲା । ହତ୍ୟା ପରେ ଗାଁ ଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି ଦେଇଥିବା ପୁଲିସ ଜାଣିବାକୁ ପାଇଛି । ଗତକାଲି ରାତି ହୋଇଯାଇଥିବାରୁ ଖୋଳି ବାହାର କରିବା ସମ୍ଭବ ହୋଇ ନାହିଁ । ଆଜି ସକାଳେ ମାଜିଷ୍ଟ୍ରେଟ୍‌ ଏବଂ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ମାଟି ଖୋଳାଯାଇଥିଲା। ଗ୍ରାମବାସୀ ଏବଂ ପୁଲିସ ମାଟି ଖୋଳି ଗତ ଭିତରୁ କରୁଣାକରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ବସନ୍ତି ସେଠୀ କହିଛନ୍ତି ।

ଗତ ଶନିବାର ଗୁଣି ସନ୍ଦେହରେ ମୋହନା ଥାନା ରାଚାଗୁଡ଼ା ଗାଁର ଗୋପାଳ ମଳିକଙ୍କୁ ହତ୍ୟା କରି ଅଡ଼ବା ହରଭଙ୍ଗୀ ଡ୍ୟାମ୍‌ରେ ଫିଙ୍ଗି ଦେଇଥିଲେ । ଏହି ଘଟଣାରେ ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଘଟଣାର ୪ ଦିନ ପରେ ପୁଣି ଗୁଣି ସନ୍ଦେହରେ ଆଉ ଏକ ହତ୍ୟାକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

  • Related Posts

    ମାନସିକ ବିକାରଗସ୍ତ ଯୁବତୀକୁ ଦୁଷ୍କର୍ମ

    ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମାନସିକ ବିକାରଗସ୍ତ ଯୁବତୀକୁ ସେହି ଗ୍ରାମର ଜନୈକ ଯୁବକ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୁଲିସ ଘଟଣାରେ ଏକ ମାମଲା ରୁଜୁ ଅଭିଯୁକ୍ତ…

    Continue reading
    ରାଜଧାନୀରେ ହଣାକଟା

    ଭୁବନେଶ୍ୱର: ରାଜଧାନୀରେ ଅସାମାଜିକଙ୍କ ଆତଙ୍କରାଜ । ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା । ଭୁବନେଶ୍ବରରେ ହଣାକଟା । ରାତିରେ ଘରକୁ ଫେରୁଥିବା ବେଳେ ଗାଙ୍ଗୁରାମ ମିଠା ଦୋକାନୀ ମିସ୍ତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । କିଛି ଦୁର୍ବୃତ୍ତ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ