ସ୍ତନ୍ୟପାନ ସମର୍ଥନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ

ଭୁବନେଶ୍ଵର: ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୫ ର ଶେଷ ଦିନରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ପାଳନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ସଭାକୁ ସମ୍ବର୍ଦ୍ଧିତ କରି ରାଜ୍ୟରେ ସ୍ତନ୍ୟପାନ ପ୍ରଚାର, ସୁରକ୍ଷା ଓ ସମର୍ଥନ ପାଇଁ ଏକ ଦୃଢ, ସମଗ୍ର ଏବଂ ସମୁଦାୟ ଭାଗୀଦାରି ମାଧ୍ୟମରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।
ମା କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଉଛି । ସତପ୍ରତିଶତ ସ୍ତନ୍ୟପାନ ପାଇଁ ମା ମାନେ ସଂକଳ୍ପ ନେବା ପାଇଁ ମନ୍ତ୍ରୀ ଡ଼ ମହାଲିଙ୍ଗ ଅନୁରୋଧ କରିଥିଲେ । ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ, ଯାହା ଦ୍ୱାରା ସ୍ତନ୍ୟପାନ ଅଭିଯାନରେ ନୂତନ ଉତ୍ସାହ ଅଣାଯାଇହେବ ସେ କହିଛନ୍ତି । ସ୍ୱାସ୍ଥ୍ୟ, ସଂସ୍ଥାନ ଉଭୟ ସ୍ତରରେ ମା ମାନଙ୍କୁ ସମର୍ଥନ ଦେବା ଦ୍ୱାରା ଏହି ଲକ୍ଷ୍ୟକୁ ପୂରଣ କରିପାରିବା ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ, ଶତକଡା ୬୮.୫୬ ପ୍ରତିଶତ ମାଆ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରନ୍ତି । ଶତକଡା ୭୨.୯ ପ୍ରତିଶତ ଶିଶୁ ଜନ୍ମ ପରେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରନ୍ତି । ଶତକଡା ୬୭.୫ ପ୍ରତିଶତ ଶିଶୁ ଛଅ ମାସ ପରେ ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ଆରମ୍ଭ କରନ୍ତି ।
ଏହି ଅବସରରେ ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ର , ସ୍ତନ୍ୟପାନ ପରିଚାଳନା କେନ୍ଦ୍ର, ଶିଶୁଙ୍କ ପାଇଁ ଉପଲବ୍ଧ ଶ୍ରେଷ୍ଠ ପ୍ରୟାସିତ ହସ୍ପିଟାଲ , ପୃଷ୍ଟି ପୁନର୍ବାସ କେନ୍ଦ୍ର ରେ ଶ୍ରେଷ୍ଠ ପୁରସ୍କୃତ ମେଡିକାଲ କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉତ୍ସବ ରେ ସ୍ଵତନ୍ତ୍ର ସଚିବ ଡା. ବିଜୟ କୁମାର ମହାପାତ୍ର , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର , ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ରାଜ୍ୟଶ୍ରୀ ପଟ୍ଟନାୟକ, ରାଜ୍ୟ ସ୍ୱାସ୍ଥ୍ୟ ସମ୍ବଳ କେନ୍ଦ୍ର ଟିମ ମୁଖ୍ୟ ଡା. ଦୀନବନ୍ଧୁ ସାହୁ , ଅତିରିକ୍ତ ନିର୍ଦ୍ଦେଶକ ଡା. ଆଦିତ୍ୟ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ ଡା. ସ୍ମୃତିଜିତ ପଟ୍ଟନାୟକ ଏବଂ ୟୁନିସେଫର ସୌରଭ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ