
ଭୁବନେଶ୍ବର: ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ମହିଳା ବିରୋଧୀ ହିଂସା ବଢିଛି। ଏହାକୁ ପ୍ରସଙ୍ଗ କରି ବିରୋଧୀ ତୁମ୍ବି ତୋଫାନ କରିବା ସହିତ ସରକାରଙ୍କୁ ଘେରୁଛନ୍ତି । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜରୁରୀ କାଳୀନ ବୈଠକ ଡ଼ାକିଛନ୍ତି । ଶୁକ୍ରବାର ଅପରାହ୍ନ ୩ଟାରେ ଲୋକସେବା ଭବନରେ ବସିବ ଏହି ଜରୁରୀ ବୈଠକ । ଏହି ବୈଠକରେ ଗୃହ ସଚିବ ଉପସ୍ଥିତି ରହିବେ । ସେପଟେ ରାଜ୍ୟର ବର୍ଷକର ତଥ୍ୟ ଧରି ବୈଠକକୁ ଆସିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଓ ଗୁଇନ୍ଦା ଡିଜି ମଧ୍ୟ ସ୍ୱତନ୍ତ୍ର ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ । ଏହି ଅପରାଧ ସମୀକ୍ଷା ବୈଠକ ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ଆପଣାଯିବ। ପୁଲିସ ବିଭାଗରେ ବଡ଼ ଧରଣର ଆଇପିଏସ୍ ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜ୍ୟରେ ବଢ଼ୁଛି ଅପରାଧ ।