ଭୁବନେଶ୍ଵର, ୦୮ / ୦୮: ରାଜ୍ୟ ସରକାର ସବୁ ବର୍ଗର ହିତାଧିକାରୀଙ୍କ ଭଳି ଦିବ୍ୟାଙ୍ଗଙ୍କ ହିତ ପ୍ରତି ପ୍ରାଧାନ୍ୟ ଦେଇ ସଦା ସର୍ବଦା ସମର୍ପିତ ରହି କାର୍ଯ୍ୟ କରୁଛନ୍ତି l ସେହି କ୍ରମରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତ୍ଵରିତ୍ଵ ପଦକ୍ଷେପ ଏବଂ ନିର୍ଦ୍ଦେଶରେ ଜଣେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାର କୁମୀଆପାଲି ଗାଁର ଶ୍ରୀ ଭୋଜରାଜ ଚିନ୍ଦା ଦୃଷ୍ଟିବାଧିତ ଥିବା ସତ୍ଵେ ଦିବ୍ୟାଙ୍ଗ ପ୍ରମାଣପତ୍ର ନଥିଲା । ସେ ପ୍ରମାଣପତ୍ର ପାଇବାନେଇ ଅନେକଥର ଚେଷ୍ଟା କରିଥିବା ନେଇ ଗଣମାଧ୍ୟମ ସୂତ୍ରରୁ ଜଣା ପଡ଼ିବା ପରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତ୍ଵରିତ୍ଵ ପଦକ୍ଷେପ ଗ୍ରହଣ କରିଥିଲେ । ଡକ୍ଟର ମହାଲିଙ୍ଗ ସେହି ବ୍ୟକ୍ତିଙ୍କର ସଂପୂର୍ଣ୍ଣ ଯୋଗ୍ୟତା ଯାଞ୍ଚ କରି ତୁରନ୍ତ ଦିବ୍ୟାଙ୍ଗ ପ୍ରମାଣପତ୍ର ଯୋଗାଇ ଦେବାପାଇଁ ବଲାଙ୍ଗିର ର ମୁଖ୍ୟ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଶ୍ରୀ ଭୋଜରାଜ ଚିନ୍ଦାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେହିପରି କାମରେ ହେଳା କରିଥିବାରୁ ତଦନ୍ତ ପରେ ସମ୍ପୃକ୍ତ ଆଉଟସୋର୍ସିଙ୍ଗ କର୍ମଚାରୀକୁ ଚାକିରି ରୁ ବରଖାସ୍ତ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଦିବ୍ୟାଙ୍ଗ କଲ୍ୟାଣ ପ୍ରତି ସମର୍ପିତ ରହିବା ସହ ସବୁ ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି।
ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ
ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…






