୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

ଭୁବନେଶ୍ଵର:ଆସନ୍ତା ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଏବଂ ଭିଟାମିନ-ଏ ପ୍ରଦାନ ଅଭିଯାନ ଆରମ୍ଭ ହେବ। ସ୍ବାସ୍ଥ୍ୟବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ବର୍ଷକୁ ଦୁଇଥର ଫେବୃଆରୀ ଏବଂ ଅଗଷ୍ଟ ହେଉଥିବାବେଳେ ଫେବୃଆରୀ ୯୭ ପ୍ରତିଶତ ସଫଳତା ମିଳିଥିଲା। ଚଳିତ ପର୍ଯ୍ୟାୟରେ ୧,୨୬,୪୬,୬୧୬ ଜଣଙ୍କୁ ଏହି ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି। ବୟସ ଅନୁସାରେ ଉଭୟ ଆଲବେଣ୍ଡାଜଲ ସିରପ୍‌ ଏବଂ ଟାବଲେଟ୍‌ ଦିଆଯିବ। ଏଥିରେ ସେଭଳି କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବାବେଳେ ଚୋବେଇ ଖାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦିଆଯାଇଛି। ଚଳିତ ପର୍ଯ୍ୟାୟରେ ରାଜ୍ୟର ୧୮ ଜିଲାର ଏହି ଔଷଧ ପ୍ରଦାନ କରାଯିବ।
ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଅାପଡ଼ା, ପୁରୀ ଏବଂ ରାୟଗଡ଼ ଜିଲାରେ ଏହି ଅଭିଯାନ ଚାଲିବ। ଏସବୁ ଜିଲାର ସବୁ ସରକାରୀ, ଘରୋଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଦିଆଯିବ। ଯେଉଁମାନେ ୧୨ ତାରିଖରେ ଔଷଧ ଖାଇବାରୁ ବଞ୍ଚିତ ହେବେ ସେମାନେ ୧୯ରେ ଶେଷ ପର୍ଯ୍ୟାୟରେ ଔଷଧ ନେଇପାରିବେ। କାର୍ଯ୍ୟକ୍ରମରେ ୧ରୁ ୧୯ ବର୍ଷରେ କୋଟିଏ ୨୬ ଲକ୍ଷ ଶିଶୁ ଏବଂ ୨୦ରୁ ୨୪ ବର୍ଷର ୧୫ ଲକ୍ଷରୁ ଅଧିକ ପ୍ରଜନନ ବୟସର ମହିଳାଙ୍କୁ ଔଷଧ ପ୍ରଦାନ କରାଯିବ। ୧ରୁ ୫ ବର୍ଷ ମଧ୍ୟରେ ୨୩,୩୯,୧୦୨ ଶିଶୁଙ୍କୁ ସିରପ୍‌ ଏବଂ ୬ରୁ ୧୯ ବର୍ଷ ମଧ୍ୟରେ ୯୯,୦୬,୪୩୩ ଜଣଙ୍କୁ ବଟିକା ପ୍ରଦାନ କରାଯିବ। ସେହିପରି ସାମୂହିକ ଔଷଧ ପ୍ରଦାନ ହେବାକୁ ଥିବା ୧୨ ଜିଲାରେ ୧ରୁ ୨ ବର୍ଷର ୪,୦୧,୦୮୧ ଶିଶୁଙ୍କୁ କୃମିନାଶକ ଔଷଧ ଦିଆଯିବ। ଏହାଛଡ଼ା ଅଗଷ୍ଟରେ ପ୍ରତି ବୁଧବାର ୯ ମାସରୁ ୬୦ ମାସର ୩୨ ଲକ୍ଷ ଶିଶୁଙ୍କ ଭିଟାମନ୍‌ ଏ ଦିଆଯିବ। ସ୍ବାସ୍ଥ୍ୟବିଭାଗ ଅନ୍ୟ ବିଭାଗ ସହଯୋଗ କରୁଥିବାବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ଔଷଧ ବଣ୍ଟନରେ ସହଯୋଗ କରିବେ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ