ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

ନୂଆଦିଲ୍ଲୀ : ଦୀପାବଳି ଏବଂ ଅନ୍ୟ ପାର୍ବଣ ଋତକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଏକ ନୂଆ ଯୋଜନା ଆରମ୍ଭ କରିଛି। ଏକାସଙ୍ଗେ ଯିବା ଏବଂ ଆସିବା ଟିକଟ ବୁକିଂ କଲେ ୨୦ ପ୍ରତିଶତ ରିଆତି ମିଳିବ ବୋଲି ଘୋଷଣା କରାଯାଇଛି। ତେବେ ଏହି ରିଆତି କେବଳ ରିଟର୍ଣ୍ଣ ଟିକଟ ଉପରେ ଦିଆଯିବ। ଘରକୁ ଯାଇ ପୁଣି ଟ୍ରେନରେ ଫେରିବାକୁ ଚାହୁଁଥିବା ଲୋକେ ଏହି ଯୋଜନାରେ ବେଶ୍‌ ଉପକୃତ ହେବେ। ପାର୍ବଣ ଋତୁରେ ଟିକଟ ପାଇଁ ଭିଡ଼ ଏବଂ ଲୋକଙ୍କ ସମସ୍ୟାକୁ ଦେଖି ପରୀକ୍ଷାମୂଳକ ଭାବେ ଏହି ନିଷ୍ପତ୍ତି ନିଆଯାଇଛି।

ଯଦି କେହି ଅହମଦାବାଦ ଏକ୍ସପ୍ରେସରେ ପାଟନା ଯାଆନ୍ତି ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ଚାହାନ୍ତି, ତେବେ ସେଠାରୁ ଫେରୁଥିବା ଏହି ଟ୍ରେନରେ ଟିକଟ କାଟିବାକୁ ହେବ। ସେହିପରି ଟିକଟରେ ଦିଆଯାଇଥିବା ସବୁ ସୂଚନା ମଧ୍ୟ ସମାନ ହେବା ଉଚିତ। ଅର୍ଥାତ୍‌ କେଉଁଠାରୁ କେଉଁଠିକୁ ଯିବେ, ଯାତ୍ରୀଙ୍କ ନାମ, ବୟସ ଏବଂ କେଉଁ ଶ୍ରେଣୀ ଆଦି ଟିକଟରେ ସମାନ ହେବା ଉଚିତ। ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୩ରୁ ଅକ୍ଟୋବର ୨୬ ପର୍ୟ୍ୟନ୍ତ କରାଯାଉଥିବା ଟିକଟ ଏବଂ ଫେରିବା ପାଇଁ ନଭେମ୍ବର ୧୭ରୁ ଡିସେମ୍ବର ୧ ପର୍ୟ୍ୟନ୍ତ ଟିକଟ ବୁକିଂ କରିବାକୁ ହେବ। ଏଥିପାଇଁ ଅଗଷ୍ଟ ୧୪ରୁ ବୁକିଂ ଆରମ୍ଭ ହେବ।

  • Related Posts

    ଭାରତ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲେ ପାକିସ୍ତାନ ସରକାର

    ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମ୍ମରେ କୂଟନୈତିକ ଲଢେଇ ତୀବ୍ର ହୋଇଛି । ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଥିବା ଜଣାପଡିଛି । ଏହା…

    Continue reading
    ଇସ୍ରାଏଲ ଆକ୍ରମଣରେ ୫ ଅଲ୍‌ ଜଜିରା ସାମ୍ବାଦିକ ମୃତ

    ଗାଜା: ଇସ୍ରାଏଲ ପକ୍ଷରୁ ରବିବାର ରାତିରେ ପାଲେଷ୍ଟାଇନର ଗାଜା ସହର ଉପରେ ପ୍ରବଳ ବୋମାମାଡ କରାଯାଇଥିବାବେଳେ ଅଲ୍‌ ଜଜିରା ନ୍ୟୁଜ୍‌ ଚ୍ୟାନେଲର ୫ ଜଣ ସାମ୍ବାଦିକ ଙ୍କ ସମତେ ମୋଟ ୭ ଜଣ ପ୍ରାଣ ହରାଇଛନ୍ତି । ଏମାନେ ହେଲେ ଆନାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ