ଫଳାଫଳକୁ ୨ ମାସ ପୁରିଲା, ନିଯୁକ୍ତି ପତ୍ର ଅପେକ୍ଷାରେ ଫାର୍ମାସି ଅଫିସର ଓ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟକର୍ମୀ

ଭୁବନେଶ୍ବର: ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରେ ଖାଲି ପଡିଥିବା ଗୃପ- ସି ପୋଷ୍ଟକୁ ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟରେ ୨ବର୍ଷ ମଧ୍ୟରେ ୬୫,୦୦୦ ଖାଲି ପଡିଥିବା ପଦବୀ ପୂରଣ ନିମିତ୍ତ ଘୋଷଣା କରିଛନ୍ତି। ଓ.ଏସ୍.ଏସ୍.ଏସ୍.ସି ଦ୍ଵାରା ଗତ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ମାସ ୧୫ ତାରିଖ ରେ ଫାର୍ମାସି ଅଫିସର ଓ ବହୁମୁଖି ପୁରୁଷ ସ୍ଵାସ୍ଥ୍ୟକର୍ମୀ ପଦବୀ ନିମିତ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା, ଏହାର ୮ ମାସ ପରେ ୨୦୨୪ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ନିଯୁକ୍ତି ପରୀକ୍ଷା ସି.ବି.ଟି (Computer Based Test) ମୋଡ ରେ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା, ଏହା ପରେ ଚଳିତ ବର୍ଷ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ତାଲିକା ସହ ପ୍ରାର୍ଥୀ ମାନଙ୍କ ଚଏସ ଓ ନିଯୁକ୍ତି ପରୀକ୍ଷାର ଫଳାଫଳକୁ ଆଧାର କରି ସେମାନେ ମନୋନୀତ ହୋଇଥିବା ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା। ମାତ୍ର ଇତି ମଧ୍ୟରେ ଚୁଡାନ୍ତ ପରୀକ୍ଷା ଫଳାଫଳକୁ ୨ ମାସ ବିତିଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ ନାହିଁ । ରାଜ୍ୟରେ ନିଯୁକ୍ତି ପରୀକ୍ଷାଠୁ ଆରମ୍ଭ କରି ପୋଷ୍ଟିଂ ଯାଏଁ ହେଉଥିବା ଅହେତୁକ ବିଳମ୍ବର ଫଳରେ ଚାକିରୀ ଆଶାୟୀମାନେ ଯେଉଁ ମାନସିକ ଚାପରେ ରହୁଛନ୍ତି ସେଥିପାଇଁ ଦାୟୀ କିଏ? ନିଯୁକ୍ତି ପରୀକ୍ଷାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କାହିଁକି କରାଯାଉନାହିଁ ବୋଲି ସାଧାରଣରେ ଦାବୀ ହେଉଛି ।
ନିଯୁକ୍ତି ପରୀକ୍ଷା ରେ ଭାଗ ନେଉଥିବା ଆଶାୟୀ ପ୍ରାର୍ଥୀ ମାନେ ମାନସିକ ଚାପ ଗ୍ରସ୍ତ ହେବା ସହ ବିଶାଦ ଗ୍ରସ୍ତ ହେଉଛନ୍ତି, ଏଥିନିମନ୍ତେ ରାଜ୍ୟ ସରକାର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଶିକ୍ଷାବିତ୍ମାନେ ସରକାରଙ୍କୁ ନିବେଦନ କରିଛନ୍ତି । ଏହା ମଧ୍ୟରେ ନିଯୁକ୍ତି ପତ୍ର ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ପଞ୍ଜୀକୃତ ଫାର୍ମାସିଷ୍ଟ ମହାସଂଘ, ମହାସଂଘ ଇତି ମଧ୍ୟରେ ଅନେକ ଥର ଉପରିସ୍ଥ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିବା ସତ୍ତ୍ୱେ ପ୍ରକ୍ରିୟା ତ୍ୱରାନ୍ୱିତ ହେବାର କୌଣସି ସୂଟନା ନାହିଁ ଏହାକୁ ନେଇ ଗତ ୯ ତାରିଖ ରେ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମହୋଦୟଙ୍କ ପାଖକୁ ଚିଠି ସଂଖ୍ଯା ୨୫୪ ରେ ଉପରେ ଲିଖିତ ଅସୁବିଧା ବିଷୟରେ ଅବଗତ କରାଯାଇଛି । l ମହାସଂଘ ଆଶା କରୁଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଯଥା ଶୀଘ୍ର ନବ ନିଯୁକ୍ତ ଫାର୍ମାସି ଅଫିସର ଓ ବହୁମୂଖୀ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ନବ ନିଯୁକ୍ତ ପ୍ରାର୍ଥୀ ମାନଙ୍କର ଦୀର୍ଘ ଦିନର ଅପେକ୍ଷା ଅନ୍ତ କରିବେ ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ