ଆଜି ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ୱର: ଆଜି ଅବପାତରେ ପରିଣତ ହେବ ସୁଦୃଶ୍ୟ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୨୭ରୁ ୨୯ ତାରିଖ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ତତ୍ ସଂଲଗ୍ନ ଭାରତ ମହାସାଗର ନିକଟସ୍ଥ ଅଞ୍ଚଳରେ ଅବସ୍ଥିତ ସୁଦୃଶ୍ୟ ଲଘୁଚାପକ୍ଷେତ୍ରଟି କ୍ରମଶଃ ଘନୀଭୂତ ହୋଇ ଆଜି ଆବପାତର ରୂପ ନେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ତାମିଲନାଡୁ ଏବଂ ଶ୍ରୀଲଙ୍କାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନ ତଥା ବିଶେଷ ଭାବେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ