ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶେଷ ଭାବରେ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦ କୋଟି ଟଙ୍କାର ଉପହାର ଦେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାକୁ ମୋଦିଜୀଙ୍କ ୨୨୫୦ କୋଟି ଟଙ୍କାର ଉପହାର- ଧର୍ମେନ୍ଦ୍ର ପ୍ରଧାନ
• ପୂର୍ବ ଭାରତ ମିଶନରେ ଐତିହାସିକ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ
• ଭୁବନେଶ୍ୱରରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫାବ୍ ଏବଂ ଏଟିଏମପି ୟୁନିଟ୍ ଏବଂ ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ଥ୍ରୀଡି ଗ୍ଲାସ ୟୁନିଟ୍ ପ୍ରତିଷ୍ଠା ହେବ
• ଡବଲ ଇଞ୍ଜିନ ସରକାରର ପ୍ରୟାସ କାରଣରୁ ନ୍ୟୁ ଏଜ୍ ଇକୋନୋମୀ ଦୁନିଆରେ ଓଡ଼ିଶା ଯୋଡିହେଲା
• ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ ଭାଗ, ଓଡ଼ିଶା ସରକାର ୨୫ ଭାଗ ଏବଂ ନିବେଶକ ୨୫ ଭାଗ ଆର୍ଥିକ ସହାୟକା ପ୍ରଦାନ କରିବେ
• ଓଡ଼ିଶାରେ ସେମିକଣ୍ଡକ୍ଟର ଦୁନିଆରେ ଆନ୍ସିଲାରୀ ଇଣ୍ଡଷ୍ଟ୍ରିର ଓଡ଼ିଶାର ନୂଆ ପରିଚୟ ହେବ
• ଆମଦାନୀ ନିର୍ଭରଶୀଳତା ହ୍ରାସ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବୃଦ୍ଧି କରିବ
• ଓଡ଼ିଶାରେ ପାଖାପାଖି ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ, ଅର୍ଥନୀତିକୁ ବଡ ଗତି ମିଳିବ
ଆଜିର ପଦକ୍ଷେପ ଡବଲ ଇଞ୍ଜିନ ସରକାରର ପ୍ରତିଫଳନ । ଏହା ଦ୍ୱାରା ସେମିକଣ୍ଡକ୍ଟର ବିଶେଷ ଭାବରେ ଅଟୋମୋବାଇଲ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ସେମିକଣ୍ଡକ୍ଟରର ବହୁଳ ବ୍ୟବହାର ହେବ । ଦୁଇ ବର୍ଷ ମଧ୍ୟରେ ଏହି ୟୁନିଟରୁ ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେବ ହେବ ବୋଲି ଆଶା କରାଯାଉଛି । ଏହି କ୍ଷେତ୍ର ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଘରୋଇ ମୂଲ୍ୟ ବୃଦ୍ଧି ଏବଂ ଆମଦାନୀ ନିର୍ଭରଶୀଳତା ହ୍ରାସ କରି ଓଡ଼ିଶାର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଏହି ଦୁଇ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଦ୍ୱାରା ଓଡ଼ିଶାରେ ପାଖାପାଖି ୧୫୦୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ହଜାର ହଜାର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ । ଏହା ଦ୍ୱାରା ଓଡ଼ିଶାର ଅର୍ଥନୀତିକୁ ବଡ ଗତି ମିଳିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଛନ୍ତି ।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ