ଶ୍ରୀମନ୍ଦିରରେ କିଛି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ବୁଧବାର ଭାଦ୍ରବ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଠାକୁରଙ୍କ ଏହି ସ୍ୱତନ୍ତ୍ର ସେବା ସମ୍ପନ୍ନ କରିବେ। ସେଥିପାଇଁ ଠାକୁରଙ୍କ ଦର୍ଶନ କଟକଣା ରହିବ। ଅପରାହ୍ଣ ସାଢ଼େ ୨ଟାରୁ ସନ୍ଧ୍ୟାରୁ କିଛି ଘଣ୍ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।

ଶ୍ରୀବିଗ୍ରହଙ୍କ ଶ୍ରୀମୁଖର ଚତୁଃପାଶ୍ୱର୍ରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ (ପଟି)କୁ ରାହୁରେଖା କୁହାଯାଏ । ପ୍ରଥମ ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ରାହୁରେଖା ଲାଗି ସରିଲେ ଠାକୁରଙ୍କ ମହାସ୍ନାନ ନୀତି ବଢ଼ି ଯଥାବିଧି ଦର୍ଶନ ଆରମ୍ଭ ହେବ। ରାହୁରେଖା ଲାଗି ନୀତିକୁ ଚାହିଁ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି।

  • Related Posts

    ୪ ତାରିଖ ଯାଏ ଝଡ଼ବର୍ଷା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ଆଣ୍ଡ୍‌ ହ୍ୟୁମିଡିଟି ଓ୍ବାର୍ନିଂ ଜାରି କରାଯାଇଛି। ଗୁରୁବାର…

    Continue reading
    ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

    ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ନୂତନ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ସିଟି ଏବଂ ଏଆଇ) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତୃତୀୟରୁ ଅଷ୍ଟମ ଶ୍ରେଣୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ