ଅପାରଗ ବାବୁଙ୍କୁ ହଟାଇବାକୁ ହେବ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ବର: ଅଗଷ୍ଟ ୭ ଭିତରେ ସମସ୍ତ ବିଭାଗୀୟ ମୁଖ୍ୟ ସେମାନଙ୍କ ବିଭାଗର ଅପାରଗ ବାବୁଙ୍କ ତାଲିକା ଦେବାକୁ କୁହାଯାଇଥିଲା। ହେଲେ ଅଧିକାଂଶ ବିଭାଗ ତାଲିକା ଦେଲେନି। ଯେତିକି ବିଭାଗ ତାଲିକା ଦେଲେ ସେଥିରେ ଅପାରଗ ବାବୁ ନାହାନ୍ତି ବୋଲି ଲେଖିଛନ୍ତି। ବାସ୍ତବରେ କୌଣସି ବିଭାଗୀୟ ମୁଖ୍ୟ ଏବେ ନିଜ ହାତରେ କାହାକୁ ଅପାରଗ ଲେଖି ଚାକିରି ନେବାକୁ ଚାହୁଁନାହାନ୍ତି। ବିଭାଗଗୁଡ଼ିକ ଅପାରଗ ବାବୁଙ୍କ ତାଲିକା ନଦେବାରୁ ଆଜି ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାସହ ସଚିବମାନଙ୍କୁ କହିଛନ୍ତି ଯେ ଆପଣମାନେ ଯାହାକୁ ଅପାରଗ ବୋଲି ଭାବୁଛନ୍ତି, ଯିଏ କାମ ନକରି ଠକୁଛନ୍ତି ତାଙ୍କୁ କାମ ଦିଅନ୍ତୁ। ଧାର୍ୟ୍ୟ ସମୟ ଭିତରେ କାମ ଆଦାୟ କରନ୍ତୁ। ଯିଏ ଠିକ୍ ଭାବେ କାର୍ୟ୍ୟ ସମ୍ପାଦନା କରୁନଥିବେ, ସେମାନଙ୍କର ପ୍ରତି ମାସରେ ଥରେ କାର୍ୟ୍ୟ ସମୀକ୍ଷା କରି ରିପୋର୍ଟ ଦିଅନ୍ତୁ। ସେମାନଙ୍କୁ ଅବସର ପୂର୍ବରୁ ଚାକିରିରୁ ଅବସର ଦେବାକୁ ପଦକ୍ଷେପ ନିଆଯିବ। ଏଥିପାଇଁ ଏବେଠୁ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯିବ।

ସେହିପରି ଲୋକସେବା ଭବନ, ଖାରବେଳ ଭବନ ସମେତ ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ କେତେକ କର୍ମଚାରୀ ବାୟୋମେଟ୍ରିକ ଉପସ୍ଥାପନ ଦେଉଥିଲେ ହେଁ ଅଫିସରେ ଉପସ୍ଥିତ ରହୁନାହାନ୍ତି। କାମ ନକରି ବାହାରେ ବୁଲୁଛନ୍ତି। ଏହିଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଲୋକସେବା ଭବନ ଓ ଖାରବେଳ ଭବନର ସମସ୍ତ କରିଡର ଏବଂ ପ୍ରମୁଖ ଅଞ୍ଚଳରେ ଏଆଇ କ୍ୟାମେରା ଲାଗିବ। ଯାହା କର୍ମଚାରୀଙ୍କର ଟିକିନିଖି ଖବର ରଖିବ। ଏହି ଦୁଇ କାର୍ୟ୍ୟାଳୟରେକୁ ଜିଓ ଫେନ୍‌ସିଂ କରିବାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ କୁହାଯାଇଛି। ଏହାପରେ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟା‌ଳୟରେ ଏଆଇ ଭିତ୍ତିକ ଉପସ୍ଥାପନ ଯାଞ୍ଚ ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ବିଭିନ୍ନ ବିଭାଗ ପାଇଁ ଆସିଥିବା ୩୯ଟି ପଏଣ୍ଟ୍‌ ଉପରେ ମାର୍ଗଦର୍ଶିକା କାର୍ୟ୍ୟକାରୀ କରିବାକୁ କହିଥିଲେ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଜରିଆରେ ସାମାଜିକ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୈଠକ- ‘ପ୍ରୟାସ’

    ତୃଣମୂଳ ସ୍ତରରେ ସମସ୍ୟାକୁ ଚିହ୍ନଟ କରି ଏହାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ‘ସୁପୋଷିତ ଓଡ଼ିଶା’, ପ୍ରାଥମିକ ସ୍ତରରୁ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଭିଯାନକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର ୮ ଅକ୍ଟୋବର ୨୦୨୬ ଆଜି ଲୋକସେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ