କ୍ୟାବିନେଟ:ସବୁ ଜିଲ୍ଲାରେ ଖୋଲିବ ମଡେଲ ମଣ୍ଡି

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ୨୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୦୭ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲକ୍ଷ । ରାଜ୍ୟରେ ଧାନ ମଣ୍ଡିଗୁଡ଼ିକରେ ଚାଷୀମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରିବା ସହ ଗୋଟିଏ ଛାତ ତଳେ ଚାଷୀ,ବ୍ୟବସାୟୀ ଓ ଅନ୍ୟାନ୍ୟ ଭାଗିଦାରୀମାନଙ୍କୁ କାରବାର ସୁବିଧା ଦେବା ନିମନ୍ତେ ରାଜ୍ୟ ସରକାର ‘ମଡେଲ୍ ମଣ୍ଡି’ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ହେବ ଓ ଏବାବଦରେ ୩୦୦କୋଟି ଟଙ୍କା ବ୍ୟୟ କରାଯିବ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେବା ସହ ତାଙ୍କ କାର୍ୟ୍ୟାଳୟ ପକ୍ଷରୁ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହୋଇଛି ।
ଚାଷୀଙ୍କୁ ଗୋଟିଏ ଛାତ ତଳେ ତା’ର ଉତ୍ପାଦିତ ଫସଲ ବିକ୍ରି ଓ ଉଚିତ୍ ମୂଲ୍ୟ ଦେବା ନିମନ୍ତେ ଡିଜିଟାଲ ପ୍ଲାଟଫର୍ମଠୁ ଆରମ୍ଭ କରି ଶୀତଳଭଣ୍ଡାର, ଓଜନ ସରଞ୍ଜାମ, ବହୁମୁଖୀ ଗୋଦାମ ସୁବିଧା, ବିଶ୍ରାମ ଗୃହ, ପରିବହନ ସୁବିଧା, ପାର୍କିଂ ଓ ଉଚ୍ଚମାନର ଯନ୍ତ୍ରପାତି ଆଦି ପ୍ରଦାନର ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ‘ମଡେଲ ମଣ୍ଡି’ ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମଣ୍ଡି ସ୍ଥାପନ ନିମନ୍ତେ ଆବଶ୍ୟକ ସର୍ଭେ ଆଦି କାର୍ୟ୍ୟ ଶେଷ ହୋଇଛି । ପ୍ରଥମ ପର୍ୟ୍ୟାୟରେ ୩୮ଟି ମଣ୍ଡି ବିକଶିତ କରାଯିବ । ଏଥିରେ ୧୪ଟି ବୃହତ୍‌, ୧୭ଟି ମଧ୍ୟମ ଓ ୭ଟି କ୍ଷୁଦ୍ର ମଣ୍ଡି ସାମିଲ ଅଛି । ଏହି ମଣ୍ଡିଗୁଡ଼ିକର ନିର୍ମାଣ କାର୍ୟ୍ୟ ଓଡ଼ିଶା ରାଜ୍ୟ ସେତୁ ଓ ନିର୍ମାଣ ନିଗମ ମାଧ୍ୟମରେ କରାଯିବ । ଏହି ନିର୍ମାଣ କାର୍ୟ୍ୟର ତଦାରଖ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ(ଓସମା ବୋର୍ଡ) ଏକ ସେଲ୍ ଗଠନ କରି କରିବ । ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ୟ୍ୟକାରୀ ହେବ । ୩୮ଟି ମଡେଲ୍ ମଣ୍ଡି ସ୍ଥାପନ ପାଇଁ ସମବାୟ ବିଭାଗ ୩୦୦କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ କରିଛି । ଆରଏମସିଗୁଡ଼ିକର ନିଜସ୍ୱ ଅର୍ଥରୁ ୧୫୦କୋଟି ଓ ବାକି ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେବେ । ଚଳିତବର୍ଷ ବଜେଟରେ ୫୦କୋଟି ଟଙ୍କା ସରକାର ବ୍ୟବସ୍ଥା କରିଛନ୍ତି ।

ପରବର୍ତ୍ତୀ ପର୍ୟ୍ୟାୟରେ ଆଉ ୬୨ଟି ଏଭଳି ମଣ୍ଡି ଖୋଲିବା ଚୟନ ପ୍ରକ୍ରିୟା ଜାରି ରହିଛି ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ