
ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହା ପୂର୍ବରୁ ଆଜି ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ବସିବ ବୈଠକ।
ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକରେ ସବୁ ଦଳର ସହଯୋଗ ଲୋଡ଼ିବେ। ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ୟ୍ୟସୂଚୀ ସ୍ଥିର ହୋଇଛି। ବିଧାନସଭା ପରିଚାଳନା ନେଇ ସବୁ ଦଳ ବାଚସ୍ପତିଙ୍କୁ ନିଜର ମତାମତ ଦେବେ।




