୩ ଘରୋଇ ମେଡିକାଲ କଲେଜରେ ବଢିଲା ଫି

ଭୁବନେଶ୍ବର: ଏଣିକି ମେଡିକାଲ ପାଠପଢା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ରାଜ୍ୟରେ ୩ ପ୍ରମୁଖ ଘରୋଇ ମେଡିକାଲ କଲେଜ ଫି୍‌ ବୃଦ୍ଧି କରିଛନ୍ତି । ରାଜ୍ୟର ପ୍ରମୁଖ ୩ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି କରାଯାଇଛି । ସେଗୁଡିକ ହେଲା – ଡ୍ରିମ୍ସ ମେଡିକାଲ କଲେଜ, କଟକ ଓ ହାଇଟେକ୍ ରାଉରକେଲା ଏବଂ ହାଇଟେକ ଭୁବନେଶ୍ୱର । ଏମ୍‌ବିବିଏସ୍ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ପାଖାପାଖି ପ୍ରାୟ ୭୫ ପ୍ରତିଶତ ଫି ଅଧିକ ଦେବାକୁ ପଡ଼ିବ ।ପୂର୍ବରୁ କୌଣସି ସୂଚନା ନ ଦେଇ ଫି ବୃଦ୍ଧି କରାଯାଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତିନି ବର୍ଷ ତଳେ ସରକାରୀ ମେଡିକାଲ କଲେଜର ନାମଲେଖା ଫି ବୃଦ୍ଧି ହୋଇଥିଲା । ଯାହା ଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ମେଡିକାଲ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ । ବର୍ତ୍ତମାନ ସମୟରେ ପୁଣି ଥରେ ପାଠ୍ୟକ୍ରମରେ ଏହି ତିନୋଟି ଘରୋଇ ମେଡିକାଲ କଲେଜ ଫି ଅହେତୁକ ବୃଦ୍ଧି ପାଇଛି ଯାହା ଫଳରେ କି ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ଡାକ୍ତରୀ ପାଠପଢ଼ା ସ୍ବପ୍ନରେ ଡୋରି ବାନ୍ଧିଛି ।ଫି ବୃଦ୍ଧିକୁ ଅଭିଭାବକ ସହଜରେ ଗ୍ରହଣ କରି ପାରିନାହାନ୍ତି । କାଉନସେଲିଂ ପାଇଁ ଚଏସ୍ ଲକିଂ ଓ ଫିଲିଂ ଶେଷ ହୋଇ ସାରିଥିବା ବେଳେ ହଠାତ୍ ଫି ବୃଦ୍ଧି ଯୋଗୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପୂର୍ବ ବର୍ଷ ଧାର୍ୟ୍ୟ ଫି ଅନୁଯାୟୀ ପିଲାଙ୍କ ନାମଲେଖା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଏବେ ୫୦ ପ୍ରତିଶତରୁ ଅଧିକ ଫି ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ତେବେ ରାଜ୍ୟ ସରକାର ଏନେଇ ଆଉ ଥରେ ବିଚାର କରିବାକୁ ଦାବି କରିଛନ୍ତି ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ