ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ନୂଆପଡ଼ା ଖଡ଼ିଆଳ ଲକ୍ଷ୍ମୀ ଛକ କଂସାରୀପଡାରେ ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଲାଟ୍ରିନ ଟାଙ୍କିରୁ ସେଣ୍ଟ୍ରିଙ୍ଗ ଖୋଲିବା ବେଳେ ଅଘଟଣ ଘଟିଛି । କଂସାରୀପଡାର ଗୋବିନ୍ଦ ସାହୁଙ୍କ ଘରେ କାମ କରୁଥିଲେ ଦୁଇ ଶ୍ରମିକ । ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଜଣକୁ ବଞ୍ଚାଇବାକୁ ଯାଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଖଡ଼ିଆଳ ଥାନା କୋଟେନମୁଣ୍ଡା ଗ୍ରାମର ରଘୁମାନୀ ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ । ଦୁଇ ମୃତଦେହକୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Related Posts

    ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ ଖୁଚୁରା ବ୍ୟବସାୟୀ

    ଭୁବନେଶ୍ୱର: ଖୁଚୁରା ବ୍ୟବସାୟୀ ଆଳୁ ୧୨ ଟଙ୍କାରୁ ଅଧିକରେ ବିକ୍ରି କରି ପାରିବେ ନାହିଁ । ଯଦି ଏହି ନିୟମକୁ ଅଣଦେଖା କରନ୍ତି, ବାନ୍ଧିକି ସିଧା ଜେଲକୁ ପଠାହେବ। ଏମିତି କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ରାଜଧାନୀର…

    Continue reading
    ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

    ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ