ବାଲିପାଟଣା, 18/08: ଏକ ଚାକୁଣ୍ଡା ଗଛରେ ବନ୍ଧା ଯାଇଥିବା ବିଦ୍ୟୁତ୍ ଖୁଣ୍ଟର ଷ୍ଟେ’ ତାର ଆଜି ଜଣେ ଛାତ୍ରଙ୍କ ଜୀବନ ନେଇଛି। ମୃତ ନାବାଳକ ହେଲେ ବାଲିପାଟଣା ଥାନା କୁଳନ୍ତିରା ଶାସନର ଅକ୍ଷୟ ଭୋଇଙ୍କ ପୁଅ ଚନ୍ଦନ(୧୦)। ଚନ୍ଦନଙ୍କ ମୃତ୍ୟୁ ପାଇଁ ଗ୍ରାମବାସୀ ବିଦ୍ୟୁତ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହିତ ଆଜି ସନ୍ଧ୍ୟାରେ ଚନ୍ଦନଙ୍କ ମୃତଦେହ ରଖି ସରଦେଇପୁର-ନିମାପଡ଼ା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ବାଲିପାଟଣାରୁ ନିମାପଡ଼ା ଓ ଭୁବନେଶ୍ବର ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବହୁ ଦିନ ହେଲା ଏକ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାର ଏକ ଚାକୁଣ୍ଡା ଗଛରେ ବନ୍ଧା ହୋଇଥିଲା। ତେବେ ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ବର୍ଷା ପବନରେ ଚାକୁଣ୍ଡା ଡାଳଟି ଭାଙ୍ଗିଯିବାରୁ ଖୁଣ୍ଟରୁ ଷ୍ଟେ ତାର ଛିଣ୍ଡି ଚନ୍ଦନଙ୍କ ଘର ଅଗଣାରେ ପଡ଼ିଥିଲା। ଡାଳଟିକୁ ଚନ୍ଦନ ଅଗଣାରୁ ହଟାଇବାକୁ ଯାଇ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ସେହିଠାରେ ଛଟପଟ ହୋଇ ତଳେ ଟଳି ପଡ଼ିଥିଲେ। ଘର ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ।
ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ
ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…








