ଓଡ଼ିଶାକୁ ପୁଣି ଫେରିବ ପୋସ୍କୋ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ଷ୍ଟିଲପ୍ଲାଣ୍ଟ କରିପାରନ୍ତି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ । ଭାରତରେ, ସମ୍ଭବତଃ ଓଡ଼ିଶାରେ ଏକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଇସ୍ପାତ ପ୍ଲାଣ୍ଟ ବସାଇବାକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଓ ପୋସ୍କୋ ଗ୍ରୁପ୍‌ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପମନ୍ତ୍ରୀଙ୍କ ଏ ଇଙ୍ଗିତ, ରାଜ୍ୟକୁ ପୁଣିଥରେ ପୋସ୍କୋ ଫେରିବା ସମ୍ଭାବନାକୁ ଅଧିକ ଉଜ୍ଜିବୀତ କରିଛି ।

ଶିଳ୍ପ ମନ୍ତ୍ରୀ କହିଛନ୍ତି, କେନ୍ଦୁଝରରେଜେଏସ୍‌ଡବ୍ଲୁ ପାଇଁ ଜମି ଅଧିଗ୍ରହଣ ଚାଲିଛି । ଏହାରି ଭିତରେ ପୋସ୍କୋ ଜେଏସ୍‌ଡବ୍ଲୁ ସହ ସହଭାଗିତା ପାଇଁ ଏମଓୟୁ କରିଛି । ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ବହୁ ଶିଳ୍ପସଂସ୍ଥା ଏବେ ଓଡ଼ିଶାମୁହାଁ ହୋଇଛନ୍ତି । ଶିଳ୍ପ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି କାରଣରୁ ଶିଳ୍ପପତି ଏବେ ଓଡ଼ିଶା ଉପରେ ଅଧିକ ଭରସା କରୁଛନ୍ତି । ଓଡ଼ିଶାକୁ ପ୍ରଥମ ପସନ୍ଦ ଭାବେ ବାଛୁଛନ୍ତି । ପୂର୍ବରୁ ଶିଳ୍ପରେ ବାଧା ଉପୁଜିଥିଲା । ଏବେ ଓଡ଼ିଶାରେ ଶିଳ୍ପର ଧାରା ବହିବ । ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଏକ ୬ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସମନ୍ବିତ ଷ୍ଟିଲ୍‌ ପ୍ଲାଣ୍ଟ ବସାଇବା ଲାଗି ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଜେଏସଡବ୍ଲୁ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା । ଏପରିକି ପ୍ରସ୍ତାବିତ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ଜୋରସୋରରେ ଆଗେଇ ଚାଲିଛି । ଦେଶରେ ଏକ ୬ ନିୟୁତ ଟନ୍‌ କ୍ଷମତାର ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ଲାଗି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏବେ ପୋସ୍କୋ ଗ୍ରୁପ୍ ସହ ଚୁକ୍ତିବଦ୍ଧ ହୋଇଛି । ସେମାନେ ଯେଉଁଠି କରିବାକୁ ଚାହିବେ ସରକାର ତାଙ୍କୁ ସହଯୋଗ କରିବେ ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ