ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀରେ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର, ୧୯/୦୮: ମହାରାଷ୍ଟ୍ର ମୁମ୍ବାଇସ୍ଥିତ ହୋଟେଲ ତାଜମହଲ ପ୍ୟାଲେସରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଶିଳ୍ପ ମହାସଂଘ, ପୂର୍ବ ଭାରତ ସମ୍ମିଳନୀ ୨୦୨୫ରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ଶିଳ୍ପ ମହାସଂଘର ପୂର୍ବ ଭାରତ ସମ୍ମିଳନୀ ପୂର୍ବ ଭାରତର ବିଶାଳ ଆର୍ଥିକ ସମ୍ଭାବନାକୁ ଉନ୍ମୁକ୍ତ କରିବା ଉପରେ କେନ୍ଦ୍ରିତ ଏକ ପ୍ରମୁଖ ପଦକ୍ଷେପ ଅଟେ। ଏହି ସମ୍ମିଳନୀରେ ନିବେଶକ ଏବଂ ସରକାରୀ ପ୍ରତିନିଧିମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ, ଗୋଲଟେବୁଲ ନୀତି ନିର୍ଦ୍ଧାରଣ ଓ ଆଲୋଚନା କରାଯାଇଛି।

ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀ ସିଂହଦେଓ ତାଙ୍କ ମୁଖ୍ୟ ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ଖଣିଜ ସମ୍ପତ୍ତି, ଗଭୀର ଜଳ ବନ୍ଦର, ଦୃଢ଼ ରେଳ ଓ ରାସ୍ତା ସଂଯୋଗୀକରଣ, ଜମି, ପ୍ରାକୃତିକ ସମ୍ବଳ ସହିତ ଏକ ନିବେଶଯୋଗ୍ୟ ସ୍ଥାନ ଅଟେ।
ଏଥିସହିତ ଓଡ଼ିଶା ସମନ୍ୱିତ ଶିଳ୍ପ ଇକୋସିଷ୍ଟମ୍, ରପ୍ତାନି-ମୁଖୀ ଉତ୍ପାଦନ କରିଡର ନିର୍ମାଣ କରୁଛି ଯାହା ଲଜିଷ୍ଟିକ୍ ଏବଂ ବଜାର ପ୍ରବେଶକୁ ଆହୁରି ସୁଗମ ଓ ସହଜ କରିବ। ଉନ୍ନତ ପ୍ରଯୁକ୍ତିବିଦ୍ୟା, ଗ୍ରୀନ ଫିଲଡ଼ ପ୍ରୋଜେକ୍ଟ, ବନ୍ଦର-ନେତୃତ୍ୱାଧୀନ ଶିଳ୍ପ ଅଭିବୃଦ୍ଧିରେ ଓଡିଶା ନିବେଶ ଗ୍ରହଣ ପାଇଁ ପ୍ରସ୍ତୁତ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉକ୍ତିରେ, ପୂର୍ବ ଭାରତରେ ନିବେଶ କରିବାର ଏହା ସଠିକ୍ ସମୟ, ତେଣୁ ଉପ-ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଆମ ସରକାର ରେକର୍ଡ ସଂଖ୍ୟକ ୫୬ ଟି ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛି, ଯାହା ₹ ୧.୭୮ ଲକ୍ଷ କୋଟି ନିବେଶକୁ ପ୍ରତିନିଧିତ୍ୱ କରୁଛି ଏବଂ ୧.୧୧ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି, ଏବଂ ନୂତନ ନିବେଶ ସହ ଆହୁରି ଏକ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିବା ଆମର ଲକ୍ଷ୍ୟ ରଖିଛି।

ସିଆଇଆଇ,ପୂର୍ବ ଭାରତ ସମ୍ମିଳନୀ ଏହି ଅଞ୍ଚଳକୁ ଏକ ସଶକ୍ତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ। ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଅଛନ୍ତି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବିହାର, ଶ୍ରୀ ସମ୍ରାଟ ଚୌଧୁରୀ, ବିହାରର ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀ ନୀତିଶ ମିଶ୍ର, ଛତିଶଗଡ଼ର ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀ ଓ ପି ଚୌଧୁରୀ, ସିଆଇଆଇ ପୂର୍ବ କ୍ଷେତ୍ରର ଚେୟାରମ୍ୟାନ ଶ୍ରୀ ଶାଶ୍ୱତ ଗୋଏଙ୍କା, ସିଆଇଆଇ ପଶ୍ଚିମ କ୍ଷେତ୍ରର ଚେୟାରମ୍ୟାନ ଶ୍ରୀ ରିଷି କୁମାର ବାଗଲା, ଏମଏସଏମଇ ବିଭାଗ, ଓଡ଼ିଶା କମିଶନର-ତଥା-ସଚିବ, ଶ୍ରୀ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଓ ବିହାର, ଛତିଶଗଡ଼, ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ, ନିବେଶକ, ଶିଳ୍ପପତି, ଉଦ୍ୟୋଗୀ ପ୍ରମୁଖ ଯୋଗଦେଇଛନ୍ତି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ