ଭାରତ ଗସ୍ତରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ଅଜିତ୍ ଡୋଭାଲଙ୍କୁ ସାକ୍ଷାତ କରିଛନ୍ତି। ୱାଙ୍ଗଙ୍କୁ ଭେଟିବା ଅବସରରେ ମୋଦୀ କହିଥିଲେ ଯେ ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କରେ ଦ୍ରୁତ ଉନ୍ନତି ଆସିବାରେ ଲାଗିଛି। ଦୁଇ​‌ ଦେଶ ପରସ୍ପରର ସ୍ବାର୍ଥ ଓ ସମ୍ବେଦନଶୀଳତାକୁ ସମ୍ମାନ କରୁଛନ୍ତି। ଗତବର୍ଷ କାଜାନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମୋଦୀ ଭେଟିବା ପରଠାରୁ ଦୁଇଦେଶ ସମ୍ପର୍କରେ ଉନ୍ନତି ଆସିବାରେ ଲାଗିଛି। ଚଳିତ ମାସ ଶେଷ ଭାଗରେ ଚୀନର ତିଆନଜିନ୍‌ରେ ହେବାକୁ ଯାଉଥିବା ଏସସିଓ ବୈଠକରେ ମୋଦୀ ଯୋଗ ଦେବେ। ଏସ୍‌ସିଓ ବୈଠକକୁ ଆସିବା ଲାଗି ମୋଦୀଙ୍କୁ ଜିନପିଙ୍ଗ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକ ଭାରତ ଓ ଚୀନ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ମୋଦୀ ଆଶା ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଓ ଚୀନ ସମ୍ପର୍କରେ ଉନ୍ନତି ଆସିପାରିଲେ ଏହା ଆଞ୍ଚଳିକ ଏବଂ ବିଶ୍ବରେ ଶାନ୍ତି ଓ ବିକାଶ ପାଇଁ ସହାୟକ ହେବ। ସୀମା ବିବାଦକୁ ନେଇ ଭାରତ ଓ ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିବାବେଳେ ଏହାର ସ୍ଥାୟୀ ସମାଧାନ ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ସୀମା ବିବାଦର ସମାଧାନ ଦିଗରେ ସକାରାତ୍ମକ ଉନ୍ନତି ଆସିଥିବା ସେ କହିଛନ୍ତି।
ମୋଦୀଙ୍କୁ ଭେଟିବା ପୂର୍ବରୁ ୱାଙ୍ଗ ଭାରତର ଏନଏସଏ ଡୋଭାଲଙ୍କୁ ଭେଟିଥିଲେ। ସ୍ସେସାଲ ରିପ୍ରେଜେଣ୍ଟେଟିଭ୍‌ସ୍ ମେକାନିଜିମ୍ (ସ୍ବତନ୍ତ୍ର ପ୍ରତିନିଧିସ୍ତରୀୟ ସାକ୍ଷାତ ବ୍ୟବସ୍ଥା) ଅନୁଯାୟୀ ​ଡୋଭାଲ ଓ ୱାଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଡୋଭାଲ କହିଥିଲେ ଦୁଇ ଦେଶର ସମ୍ପର୍କରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ଗତ ୯ମାସ ହେଲା ଦୁଇ ଦେଶର ସୀମାରେ କୌଣସି ଉତ୍ତେଜନା ପ୍ରକାଶ ପାଇ ନାହିଁ। ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଏବେ ଶାନ୍ତି ଓ ସଦ୍‌ଭାବ ବଜାୟ ରହିଛି। ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ଏବେ ସନ୍ତୋଷଜନକ ଫଳ ପ୍ରଦାନ କରିବାରେ ଲାଗିଛି। ଅନ୍ୟପଟେ ୱାଙ୍ଗ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଦୁଇ ଦେଶ ପାରସ୍ପରିକ ବିଶ୍ବାସକୁ ବୃଦ୍ଧି କରିବା ଦିଗରେ ରଣନୀତିକ କଥାବାର୍ତ୍ତା କରିବା ଆବଶ୍ୟକ। ଏହା ସହିତ ବିନିମୟ ଓ ସହଭାଗିତା ମାଧ୍ୟମରେ ସାମୂହିକ ସ୍ବାର୍ଥକୁ ବ୍ୟାପକ କରିବା ଦରକାର। ସୀମାରେ ଏବେ ଯେଉଁ ସ୍ଥିରତା ଦେଖାଯାଇଛି ତାକୁ ଚୀନ ଅଧିକ ଦୃଢ କରିବାକୁ ଚାହେଁ ବୋଲି ୱାଙ୍ଗ କହିଛନ୍ତି। ଦ୍ବିପାକ୍ଷିକ ସମ୍ପର୍କକୁ ଉନ୍ନତ ଓ ଦୃଢ କରିବା ଲାଗି ଏବେ ବଡ ସୁଯୋଗ ଆସିଥିବା ସେ କହିଛନ୍ତି। କାରଣ ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୩୧ ତାରିଖରେ ମୋଦୀ ଚୀନ ଗସ୍ତ କରିବାକୁ ଯାଉଛନ୍ତି। ସୋମବାର ଠାରୁ ୱାଙ୍ଗ ଦୁଇଦିନିଆ ଭାରତ ଗସ୍ତରେ ଆସିଥିଲେ। ପ୍ରଥମ ଦିନରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ। ୱାଙ୍ଗଙ୍କ ଏହି ଗସ୍ତ ଭାରତ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଆମେରିକା ସହିତ ଭାରତର ସମ୍ପର୍କରେ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ରୁଷ ଠାରୁ ଭାରତ ଅଶୋଧିତ ତୈଳ ଆମଦାନୀକୁ ବିରୋଧ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛନ୍ତି।

  • Related Posts

    ମୁଁ ଲୋକଙ୍କ ସମସ୍ୟା ଉଠାଉଥିଲି । ମୁଁ କିଛି ଭୁଲ୍ କରିଛି କି ?

    ନୂଆଦିଲ୍ଲୀ; ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ ଆଦମୀ ପାର୍ଟି ଭିତରେ ପୁଣି ଥରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଦେଇଛି । ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଗୃହରେ ଦଳର ଉପନେତା ପଦରୁ ବହିଷ୍କାର କରିବାକୁ ଆପ୍ ଅନୁରୋଧ କରିବା ପରେ ଦଳ ଭିତରେ…

    Continue reading
    ପୁଣି ଟାରିଫ୍ ଝଟକା: ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

    ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ