ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ

ନୂଆଦିଲ୍ଲୀ: ନାମାଙ୍କନ ଭରିଲେ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ । ୪ ସେଟ୍‌ର ନାମାଙ୍କନ ଭରିଛନ୍ତି ରାଧାକ୍ରିଷ୍ଣନ । ତାଙ୍କର ମୁଖ୍ୟ ପ୍ରସ୍ତାବକ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସି.ପି. ରାଧାକୃଷ୍ଣନଙ୍କ ନାମାଙ୍କନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମେଣ୍ଟର ପ୍ରାୟ ୧୬୦ ସାଂସଦ, ୨୦ ପ୍ରସ୍ତାବକ ଏବଂ ୨୦ ସମର୍ଥକ ସାମିଲ ହୋଇଥିଲେ ।

ମଙ୍ଗଳବାର ସଂସଦ ଭବନରେ ଅନୁଷ୍ଠିତ ଏନଡିଏ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ରାଧାକ୍ରିଷ୍ଣନଙ୍କୁ ମେଣ୍ଟ ସାଂସଦଙ୍କ ସହ ପରିଚିତ କରାଇଥିଲେ । ତାଙ୍କୁ ସର୍ବସମ୍ମତି ସମର୍ଥନ ପାଇଁ ଅପିଲ୍ କରିଥିଲେ। ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସେପ୍ଟେମ୍ବର ୯ ତାରିଖରେ ସଂସଦ ଭବନରେ ଅନୁଷ୍ଠିତ ହେବ । ସେହି ଦିନ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯିବ ।
୨୦୨୪ ଜୁଲାଇରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ, ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ