
ନୂଆଦିଲ୍ଲୀ:ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରିଭୁସି ହତ୍ୟା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗୁଜରାଟ ଅହମ୍ମଦାବାଦ ଠାରେ ଏହି ଘଟଣା ଘଟିଛି । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏହି କାଣ୍ଡ ଭିଆଇଛି । ଏକ ଘରୋଇ ସ୍କୁଲରେ ଏଭଳି ଘଟଣା ପରେ ସ୍କୁଲରେ ତୁମୁଳକାଣ୍ଡ ଘଟିଛି । ସ୍କୁଲରେ ଉତ୍ତ୍ୟକ୍ତ ଲୋକେ ଭଙ୍ଗା ରୁଜା କରିବା ସହ ବସ ଉପରକୁ ଟେକାମାଡ଼ କରିଛନ୍ତି । ଏପରିକି ସ୍ଥାନୀୟ ଲୋକେ ଓ ଅଭିଭାବକ ସ୍କୁଲ ଭିତରକୁ ଧସେଇ ପଶି ସ୍କୁଲ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିବା ସୂଚନା ମିଳିଛି ।




