
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିପର୍ଯ୍ୟୟ ପରିଚାଳନା ଦେଇ ଶ୍ରୀ ପୂଜାରୀ ଏହି ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ଶ୍ରୀ ପୂଜାରୀ ରାଜ୍ୟରେ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ଦେବାକୁ ଦାବି କରିଛନ୍ତି । ସେହିପରି ବିପର୍ଯ୍ୟୟ ନିରୋଧୀ ବିଦୁ୍ୟତ ଭିତ୍ତିଭୂମି ବିକାଶ ପାଇଁ ୮୩୬୩ କୋଟି ଟଙ୍କା ଦାବି କରିଛନ୍ତି । ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦କୋଟି ଟଙ୍କା ଦାବି କରିଛନ୍ତି । ଏହାଛଡ଼ା ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦେବାକୁ ମଧ୍ୟ ଶ୍ରୀ ପୂଜାରୀ ଉକ୍ତ ଚିଠିରେ ଦାବି କରିଛନ୍ତି । ସେହିପରି ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସହଯୋଗ ମଧ୍ୟ ଶ୍ରୀ ପୂଜାରୀ ଲୋଡ଼ିଛନ୍ତି ।



