
ନୂଆଦିଲ୍ଲୀ: ଆଗତ ହେଲା ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ । ବୁଧବାର ଲୋକସଭାରେ ଏହି ବିଲ ଆଗତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲକୁ ଆଗତ କରିଛନ୍ତି ।
ଏହା ପୂର୍ବରୁ ଲୋକସଭାରେ ଉପସ୍ଥାପିତ ହୋଇଥିଲା ଅନଲାଇନ ଗେମିଂ ବିଲ-୨୦୨୫ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ବିଲକୁ ଉପସ୍ଥାପନ କରିଥିଲେ । ଏହି ବିଲ ମାଧ୍ୟମରେ ବେଟିଂ ସହ ଜଡ଼ିତ ଅନଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।




