
ନୂଆଦିଲ୍ଲୀ: ଲୋକସଭାରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ ଆଗତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ ଆଗତ କରିଛନ୍ତି । ଏହି ବିଲ ଅନୁଯାୟୀ ସଙ୍ଗୀନ ଅପରାଧ ମାମଲାରେ ଗିରଫ ହେଲେ ପଦ ଯିବ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଏହା ଲାଗୁ ହେବ । ଏପରିକି ୩୦ ଦିନ ଧରି ଜେଲରେ ରହିଲେ ଇସ୍ତଫା ଦେବାକୁ ପଡ଼ିବ । ଇସ୍ତଫା ଦେବେ ନଚେତ ତାଙ୍କ ପଦ ରଦ୍ଧ ହୋଇଯିବ ।
ଦାଗୀ ନେତାଙ୍କୁ ନିସ୍ତାର ନାହିଁ । ଏଣିକି ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ହୁଅନ୍ତୁ ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ । ଅପରାଧରେ ଲିପ୍ତ ଥିଲେ କିମ୍ବା ଅପରାଧିକ ମାମଲାରେ ମାସେରୁ ଅଧିକ ଜେଲ ଯାଇଥିଲେ ସେମାନଙ୍କୁ ନିସ୍ତାର ଦିଆଯିବନି । ଜେଲରେ ଥିଲେ ବି ସେମାନଙ୍କ ପଦ ସେମିତି ସୁରକ୍ଷିତ ରହିବନି । ଏଣିକି ଜେଲରେ ମାସେରୁ ଅଧିକ ରହିଲେ ସେମାନଙ୍କ ପଦବୀ ବିପଦରେ ପଡିବ । ସେମାନଙ୍କୁ ସେମାନଙ୍କ ପଦ ହରାଇବାକୁ ପଡ଼ିବ । ଆଉ ଦାଗୀ ନେତାଙ୍କ ପିଠିରେ ଚାବୁକ ପଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି କୌଣସି ବି ନେତା, ୩୦ ଦିନରୁ ଅଧିକ ଜେଲ୍ରେ ରହିଲେ ଯିବ ସେମାନଙ୍କ ଆସନ । ଯଦି ନେତା ୩୦ରୁ ଦିନ ଅଧିକ ଜେଲ୍ରେ ରୁହନ୍ତି କିମ୍ବା ସେମାନଙ୍କୁ ଅତି କମ୍ରେ ୫ ବର୍ଷ ଜେଲ୍ ଦଣ୍ଡ ହୁଏ, ତାହାଲେ ସେହି ନେତାଙ୍କୁ ତାଙ୍କ ପଦରୁ ବହିସ୍କାର କରାଯିବ ।




