ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ୟ୍ୟ ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ୟ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିର୍ମିତ ହେବାକୁ ଥିବା ଏହି ନୂଆ ଭବନରେ ଓଡ଼ିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ୟ୍ୟ, ସମ୍ବଲପୁରୀ ଇକତ, ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ। ଏହି ନିର୍ମାଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରୁ ଜଣାଯାଇଛି ଯେ, ସମୁଦାୟ ୪,୭୬୧ ବର୍ଗ ମିଟର ନିର୍ମାଣ ଅଞ୍ଚଳରେ ଏହି ୭ ମହଲା ଭବନ ନିର୍ମାଣ କରାଯିବ ଏବଂ ଏଥିରେ ସମୁଦାୟ ୪୫ଟି ବିଭିନ୍ନ ବର୍ଗର ସୁଇଟ୍ ଉପଲବ୍ଧ ହେବ । ଭବନରେ ଏକ ସମ୍ମିଳନୀ କକ୍ଷର ମଧ୍ୟ ବ୍ୟବସ୍ଥା କରାଯାଇଛି।ସେହିଭଳି ମୁମ୍ବାଇକୁ ଯେହେତୁ ଓଡିଶାରୁ ଅଧିକ ସଂଖ୍ୟକ କ୍ୟାନସର ରୋଗୀ ଚିକିତ୍ସିତ ହେବାକୁ ଯାଉଛନ୍ତି, ତେଣୁ ମୁମ୍ବାଇ ଓଡ଼ିଶା ଭବନରେ ଅଧିକ କୋଠରୀ ବ୍ୟବସ୍ଥା କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଓଡ଼ିଶାରୁ ଅଯୋଧ୍ୟାକୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଯାଉଥିବାରୁ ଏବଂ ହାଇଦ୍ରାବାଦ ଓ ସୁରଟରେ ବହୁଳ ଭାବେ ଓଡ଼ିଆ ଲୋକ ରହୁଥିବାରୁ ଅଯୋଧ୍ୟା, ହାଇଦ୍ରାବାଦ ଓ ସୁରଟରେ ଓଡ଼ିଶା ଭବନ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ କୋଲକତା ଉତ୍କଳ ଭବନର ମରାମତି ଓ ନବୀକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଭାଇ ମୃତ

    ତୁରେକେଲା : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଚାଲିଗଲା ଦୁଇ ଭାଇଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଲର୍କୀ ଗାଁ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ବେଲପଡ଼ା ଥାନା ଭାଲୁଖାଇ ଗାଁର ରାଜକୁମାର ରାଏ ଓ…

    Continue reading
    ୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱର ନେଇ ଉତ୍କଣ୍ଠା ବଢିଛି । ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର କରାଯିବ । ୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

    ଆଫଗାନିସ୍ତାନରେ ଭୂକମ୍ପ ; ୬୨୨ ମୃତ

    ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ପକ୍ଷ ପାଳିବ ବିଜେପି

    ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ  ସେବା ପକ୍ଷ ପାଳିବ ବିଜେପି

    ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଭାଇ ମୃତ

    ମର୍ମନ୍ତୁଦ ଦୁର୍ଘଟଣା,  ଦୁଇ ଭାଇ ମୃତ

    ୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

    ୮୦୦ ଏକ ଜାଗାରେ ନିର୍ମାଣ ହେବ ନୂଆ ଭୁବନେଶ୍ୱର

    ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

    ସମ୍ଭୋଗ ପରେ କ’ଣ ଭାବନ୍ତି ମହିଳା? ଜାଣିବାକୁ ଚେଷ୍ଟା କରିଛନ୍ତି କି?

    ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର

    ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର