ଭୁବନେଶ୍ୱର,20/08 – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ବିଶିଷ୍ଟ ନାଟ୍ୟକାର, କବି ଓ ଲେଖକ ପଦ୍ମଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ବିନୋଦ କୁମାର ପଶାୟତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦଶନ୍ଧି ଦଶନ୍ଧି ଧରି ସମ୍ବଲପୁରୀ ସାହିତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ରଖି ସେ ଆମ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସମ୍ବଲପୁରୀ ସାହିତ୍ୟକୁ ନୂଆ ଉଚ୍ଚତାରେ ପହଞ୍ଚାଇବାରେ ତାଙ୍କର ଯୋଗଦାନ ଅତୁଳନୀୟ । ସେ ଥିଲେ ଜଣେ ନୀରବ ସାଧକ । ସମ୍ବଲପୁରୀ ସାହିତ୍ୟ ଜଗତ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶୋକସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଶୋକବାର୍ତ୍ତାରେ କହିଛନ୍ତି ।
ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର
ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…




