କେନ୍ଦ୍ରାପଡ଼ାରେ ଯୁବତୀଙ୍କ ଆତ୍ମାହୂତି : ୨ ସପ୍ତାହ ମଧ୍ୟରେ ତଦନ୍ତର ସ୍ଥିତି ଓ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,20/08:ଅଗଷ୍ଟ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକା ୧୯ ବର୍ଷୀୟା ଯୁବତୀଙ୍କ ଆତ୍ମାହୁତି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ସମ୍ପୃକ୍ତ ଯୁବତୀ ଜଣଙ୍କୁ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ଧମକଚମକ ଦେଉଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବାର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କର ପୁରୁଷ ବନ୍ଧୁ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି ସ୍ୱତଃ ଘଟଣାରେ ହସ୍ତକ୍ଷେପ କରିଛନ୍ତି।
ଆୟୋଗ ହୃଦୟଙ୍ଗମ କରିଛନ୍ତି ଯେ, ଯଦି ପ୍ରକାଶିତ ଖବର ସତ୍ୟ ହୋଇଥାଏ, ତେବେ ଏହା ଗମ୍ଭୀର ମାନବାଧିକାର ଉଲ୍ଲଂଘନ ସହ ଜଡ଼ିତ ପ୍ରସଙ୍ଗ। ତେଣୁ ଏହି ମାମଲାରେ ତଦନ୍ତ ସ୍ଥିତି ସହିତ ବିସ୍ତୃତ ରିପୋର୍ଟ ଦୁଇ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏନଏଚଆରସି ନୋଟିସ ଜାରି କରିଛନ୍ତି।
୭ ଅଗଷ୍ଟ, ୨୦୨୫ରେ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ, ପୀଡ଼ିତା ଯୁବତୀ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ବାରମ୍ବାର ତାଙ୍କୁ ଧମକାଉଥିବା ନେଇ ନେଇ ତାଙ୍କ ପିତା ଅଭିଯୋଗ କରିଛନ୍ତି। ପ୍ରାୟ ଛଅ ମାସ ପୂର୍ବରୁ ପୀଡ଼ିତାଙ୍କର ବାପା ଏ ସମ୍ପର୍କରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି ଏଫଆଇଆର ଦାଖଲ ହୋଇନଥିଲା କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହା ପରିବର୍ତ୍ତେ ଜଣେ ପୁଲିସ ଅଧିକାରୀ ପୀଡ଼ିତାଙ୍କ ବାପାଙ୍କୁ ଏହି ମାମଲା ଆଗକୁ ବଢ଼ାଇବାକୁ ନିରୁତ୍ସାହିତ କରିଥିଲେ ଏବଂ ବ୍ଲାକମେଲ୍‌ କରୁଥିବା ଅଭିଯୁକ୍ତଙ୍କ ଫୋନ୍‌ ନମ୍ବର ବ୍ଲକ୍‌ କରିବାକୁ ପରାମର୍ଶ ଦେଇଥିଲେ ବୋଲି ଅଭିଯୋଗ ହୋଇଛି ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ