ସୁଭଦ୍ରା ଯୋଜନା: ବଞ୍ଚି ଥାଉ ଥାଉ ୩୬ ହିତାଧିକାରୀଙ୍କୁ ମାରିଦେଲେ

ପାଣିକୋଇଲି, 21/08: ଯାଜପୁର ଜିଲାରେ ୩୬ ସୁଭଦ୍ରା ହିତାଧିକାରୀଙ୍କୁ ବଞ୍ଚି ଥାଉ ଥାଉ ସରକାରୀ ବାବୁମାନେ ମାରି ଦେଇଥିବା ଚର୍ଚ୍ଚା ହେଉଛି। ରାଖି ପୂର୍ଣ୍ଣିମାରେ ରାଜ୍ୟର ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ଟଙ୍କା ମିଳିଛି। କୋରେଇ ବ୍ଲକ୍‌ର ୩୪ ହଜାର ମହିଳା ଏହି କିସ୍ତି ପାଇଛନ୍ତି। କେତେଜଣ ହିତାଧିକାରୀଙ୍କ ନାଁ ତୃତୀୟ କିସ୍ତି ବେଳକୁ ତାଲିକାରୁ କଟିଯାଇଛି। ବ୍ଲକ୍‌ରେ ମୋଟ ୩୫, ୮୨୩ ଜଣଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଏବଂ ଦ୍ବିତୀୟ କିସ୍ତି ୩୪, ୭୮୩ ଜଣଙ୍କୁ ମିଳିଥିଲା। ବିଭିନ୍ନ କାରଣରୁ ୧୭୨୦ ଜଣଙ୍କ ନାଁ ଯାଞ୍ଚ ବେଳେ କଟିଥିଲା। ୨୧ଜଣ ମହିଳା ନିଜ ଇଚ୍ଛାରେ ଯୋଜନାରୁ ଓହରି ଯାଇଥିଲେ। ଚଳିତ ଅଗଷ୍ଟ ୯ ତାରିଖରେ ପୂର୍ବରୁ ଦୁଇଟି କିସ୍ତି ପାଇଥିବା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତି ଟଙ୍କା ଆସିଥିବାବେଳେ ୪୧ ଜଣଙ୍କ ପାଖକୁ ଆସି ନଥିଲା। ଏହି ମହିଳାମାନେ ସୁଭଦ୍ରା ପୋର୍ଟାଲ ଯାଞ୍ଚ କରିବାପରେ ସେମାନଙ୍କୁ ମୃତ ଦର୍ଶାଯାଇଥିବା ଦେଖିଥିଲେ। ଏମାନଙ୍କ ମଧ୍ୟରୁ ୯ଜଣ ବ୍ୟାସନଗର ପୌରାଞ୍ଚଳର ହୋଇଥିବା ବେଳେ ୩୨ଜଣ କୋରେଇ ବ୍ଲକ୍‌ ଅଞ୍ଚଳର।
ଘଟଣାକୁ ନେଇ ହିତାଧିକାରୀମାନେ ବ୍ଲକ ମହିଳା ଶିଶୁ ସମନ୍ବିତ ବିଭାଗରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ତଦନ୍ତ ପରେ କୋରେଇ ବ୍ଲକ୍‌ର ୩ ଏବଂ ବ୍ୟାସନଗର ପୌରାଞ୍ଚଳର ୨ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ବ୍ଲକ୍‌ର ମୃତ ହିତାଧିକାରୀ ହେଲେ ପଥରପଦା ପଞ୍ଚାୟତର ରଙ୍ଗେଇ ମୁଣ୍ତା, ମୂଳାପାଳ ପଞ୍ଚାୟତର ଆରତୀ ପାଲ୍‌ ଓ ତାରାକୋଟ ପଞ୍ଚାୟତର ଶାନ୍ତି ମଳିକ। ବାକି ୩୬ ଜଣ ବଞ୍ଚିଥିଲେ ମଧ୍ୟ ସେମାନଙ୍କୁ ପୋର୍ଟାଲରେ ମୃତ ଦର୍ଶାଯାଇଛି ବୋଲି ସିଡିପିଓ ଶାନ୍ତିଲତା ବେଶ୍ରା କହିଛନ୍ତି। ଅଭିଯୋଗ ପରେ ତଦନ୍ତ କରାଯାଇ ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ତ୍ରୁଟି ହୋଇଛି। ତୃତୀୟ କିସ୍ତିରୁ ବଞ୍ଚିତ ସମସ୍ତ ହିତାଧିକାରୀଙ୍କୁ ଖୁବ୍‍ଶୀଘ୍ର ଟଙ୍କା ମିଳିବ। ଅନ୍ୟପଟେ ଏଭଳି ତ୍ରୁଟି କାହା ଦ୍ବାରା ଏବଂ କାହିଁକି ହେଲା ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଦ୍ ପଡ଼ିଥିବା ହିତାଧିକାରୀ ଦାବି କରିଛନ୍ତି।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ