
ଦିଗପହଣ୍ଡି: ପୁଣି ଏକ ଦୁଷ୍କର୍ମ ଅଭିଯୋଗ । ବିବାହ ଓ ଚାକିରି ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ୨ ଜଣ ସାଙ୍ଗ ଗିରଫ । ଦୁଇ ଜଣଙ୍କୁ ସାଙ୍ଗକୁ ଗିରଫ କରିଛି ପାଟପୁର ଥାନା ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଗଞ୍ଜାମ ଜିଲ୍ଲା ପାଟପୁର ଗାଁରେ ଜଣେ ଯୁବତୀଙ୍କୁ ସୋମବାର ଦିନ ଅପହରଣ କରାଯାଇଥିଲା । ଏହାପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଯୁବତୀଙ୍କ ବାପା ଏନେଇ ପାଟପୁର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅପହରଣ ଓ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ।




