ଧାନ ଭଳି ଅନ୍ୟ ଫସଲକୁ ମିଳିପାରେ ଇନପୁଟ୍‌ ସହାୟତା

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଖରିଫ୍‌ ଭଳି ରବିରେ ଧାନ କିଣା ପାଇଁ ଇନପୁଟ୍‌ ସହାୟତା ଦିଆଯାଇନଥାଏ । ଫଳରେ ଆମ ରାଜ୍ୟକୁ ଅନ୍ୟ ରାଜ୍ୟରୁ ଧାନ ବିକ୍ରି ହେବାକୁ ଆସୁଛି । ତେବେ ଏସବୁ ସମସ୍ୟା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଓଡ଼ିଶା ଭଳି ଅନ୍ୟ ରାଜ୍ୟଗୁଡ଼ିକ ରବିରେ ଇନପୁଟ୍‌ ସହାୟତା ଦେଲେ ଆମ ରାଜ୍ୟକୁ ବାହାର ରାଜ୍ୟର ଧାନ ଆସିବ ନାହିଁ । ତେବେ ଆମ ସରକାର ଧାନ ପାଇଁ ୮୦୦ ଟଙ୍କା ଇନପୁଟ୍‌ ସହାୟତା ବୃଦ୍ଧି କରିବା ଫଳରେ ଯେଉଁ ଚାଷୀ ଅନ୍ୟ ଫସଲ ଚାଷ କରୁଥିଲେ ସେମାନେ ଏବେ ଧାନ ଚାଷ କରୁଛନ୍ତି ।

ଏଥିପାଇଁ ଅନ୍ୟ ଫସଲ ପ୍ରଭାବିତ ହୋଇପାରେ । ତେଣୁ ଅନ୍ୟ ଫସଲକୁ କିପରି ପ୍ରୋତ୍ସାହନ ମିଳିବ ସେଥିପାଇଁ ସରକାର ଯୋଜନା କରୁଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଅପରପକ୍ଷେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ସରକାର ନିଜ ଗୋଡ଼କୁ ନିଜେ ମାରିଛନ୍ତି । ୮ ଶହ ଟଙ୍କା ଇନପୁଟ୍‌ ସହାୟତା ରାଶି ଦେବା ପରେ ଆଉ କେତେ ବଜେଟ୍‌ ରହିବ ଯେ ଅନ୍ୟ ଚାଷକୁ ପ୍ରୋତ୍ସାହନ ଯୋଗାଇଦେବେ । ଏହାଦ୍ୱାରା ଅଧିକ ଧାନ ଫସଲ କରିବେ ଚାଷୀ । କିନ୍ତୁ ଡାଲି ଜାତୀୟ ହେଉ ବା ଚିନାବାଦାମ ଚାଷ କେମିତି ପ୍ରୋତ୍ସାହିତ ହେବ ବୋଲି ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି ।

  • Related Posts

    ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ

    ୧୦/୦୪/୨୬,ଭୁବନେଶ୍ୱର: ରାଜ୍ୟରେ ଏଲପିଜି ଗ୍ୟାସ ଯୋଗାଣ ସ୍ଥିତି ସ୍ୱାଭାବିକ ରହିଛି । ମାତ୍ର କୌଣସି କାରଣ ନଥାଇ କିଛି ଅସାଧୁ ବ୍ୟକ୍ତି ବେଆଇନ ଭାବରେ ଗ୍ଯାସ ସିଲିଣ୍ଡର ମହଜୁଦ ରଖିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏହାକୁ ଭିତ୍ତିକରି ଯୋଗାଣ…

    Continue reading
    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ