ସୋଆ ଏନଏସଏସ ପକ୍ଷରୁ ଗାଜର ଘାସ ନିରାକରଣ ରାଲି

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ର ଏନ୍‌ଏସ୍‌ଏସ୍ ପକ୍ଷରୁ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର କେ-୧ଠାରେ ସୋମବାର ପୂର୍ବାହ୍ନରେ ଏକ ରାଲି ଆୟୋଜିତ ହୋଇଯାଇଛି ।ଗାଜର ଘାସର ଅପକାରିତାକୁ ଦୃଷ୍ଟିରେ ରଖି ଜାତୀୟ ତୃଣକ ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଣ୍ଡିଆନ ସୋସାଇଟି ଅଫ୍ ୱିଡ୍ ସାଇନ୍ସ ଆନୁକୁଲ୍ୟରେ ଏ ବିଷୟରେ ପ୍ରତିବର୍ଷ ଅଗଷ୍ଟ ୧୬ ରୁ ୨୨ ପର୍ୟ୍ୟନ୍ତ ସଚେତନତା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ରାଲିରେ ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । ଏହି କାର୍ୟ୍ୟକ୍ରମ ଆରମ୍ଭରେ ଆୟୋଜିତ ଏକ ସଭାରେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଗାଜର ଘାସର ଅପକାରିତା ବିଷୟରେ ବର୍ଣ୍ଣନା କରିଥିଲେ । ସୋଆ ଏନ୍‌ଏସ୍‌ଏସ୍ କାର୍ୟ୍ୟକ୍ରମର ସଂଯୋଜକ ଡ.କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍‌ର ସମ୍ପାଦକ କ୍ଷେତ୍ରମୋହନ ଧଳ, ଡ. ଦିପ୍ତନୁ ଦତ, ଡ. ମୁକେଶ କୁମାର ପାତ୍ର ଏବଂ ଡ. ନେହା ପ୍ରଧାନ ଏଥିରେ ଅଂଶଗ୍ରହଣ କରିଥିଲେ । ପରେ ପରେ ଶୋଭାଯାତ୍ରା ଓ ରାଲି ଅନୁଷ୍ଠିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ରଶ୍ମିପ୍ରଭା ଦାସ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

Continue reading
ବଡ଼ ଭାଇକୁ ହତ୍ୟା କଲା ସାନ

ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

Continue reading

Leave a Reply

Your email address will not be published. Required fields are marked *

You Missed

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ