ଇ-ବସ୍‍ରେ ଓଡିଶା ପଞ୍ଚମ

ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍‍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍‍ ଚଳାଇବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ବିଶେଷକରି ସହରାଞ୍ଚଳରେ ଇ-ବସ୍‍ ଚଳାଚଳକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ପିଏମ୍‍-ଇ ବସ୍‍ ସେବା ଏବଂ ପିଏମ୍‍-ଇ-ଡ୍ରାଇଭ୍‍ ଭଳି ଯୋଜନା ଚଳାଯାଉଛି । ଏହି ଯୋଜନାରେ ଇ-ବସ୍‍ ଚଳାଚଳ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟ ପରିବହନ ନିଗମଗୁଡିକ ସେମାନଙ୍କ ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇଲେ ଏହା ଉପରେ କେନ୍ଦ୍ର ବିଚାର କରିବ । ସେହିଭଳି ବିଭିନ୍ନ ରାଜ୍ୟର ନଗର ଉନ୍ନୟନ ବିଭାଗ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଉଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୧୪,୩୨୯ଟି ଇ-ବସ୍‍ ଯୋଗାଇ ଦିଆଥିବାବେଳେ ଦିଲ୍ଲୀରେ ସର୍ବାଧିକ ୩୫୬୪ଟି ଚଳାଚଳ କରୁଛି । ଏହା ପଛକୁ ରହିଛି ମହାରାଷ୍ଟ୍ର । ସେହି ରାଜ୍ୟରେ ୩୨୯୬ଟି ବସ୍‍ ଚଳାଚଳ କରୁଥିବାବେଳେ କର୍ଣ୍ଣାଟକରେ ୨୨୩୬ଟି, ଉତ୍ତରପ୍ରଦେଶରେ ୮୫୦ଟି ଓ ଏହା ପଛକୁ ଓଡିଶାକୁ ୪୫୦ଟି ଇ-ବସ୍‍ ମିଳିଛିି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଇ-ବସ୍‍ ସଂଖ୍ୟା ୨୩୮ଟି ଥିବାବେଳେ ଛତିଶଗଡରେ ୨୧୫, ଝାଡଖଣ୍ଡରେ୪୬ ଓ ପଶ୍ଚିମବଙ୍ଗରେ ୩୯୧ଟି ଇ-ବସ୍‍ ମିଳିଛି ।ନୀତି ଆୟୋଗ ପକ୍ଷରୁ ସମଗ୍ର ଦେଶରେ ଏହି ପରିବେଶ ଅନୁକୂଳ ଇ-ବସ୍‍ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ହେଉଥିବା ୫୦ହଜାର ଇ-ବସ୍‍ ଲକ୍ଷ୍ୟ ପୂରଣ ପାଇଁ କନଭରଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ (ସିଇସିଏଲ୍‍)କୁ ୨୦୨୨ ମସିହାରେ କୁହାଯାଇଥିଲା । ତେବେ କେନ୍ଦ୍ରୀୟ ଅନୁଦାନ ସହିତ ପଞ୍ଜିକରଣ ଓ ଟିକସ ଆଦି ଛାଡ ବ୍ୟବସ୍ଥା ଥିବା ଓଡିଶା ସମେତ ଅନ୍ୟ ବହୁ ରାଜ୍ୟ ଇ-ବସ୍‍କୁ ଆପଣେଇବାରେ ଲାଗିଛନ୍ତି । ଓଡିଶାକୁ ମିଳିଥିବା ଇ-ବସ୍‍ ଚଳାଚଳ ପାଇଁ କ୍ରୁଟ୍‍ ଗଠନ ହୋଇଥିବାବେଳେ ଏହି ବସ୍‍ଗୁଡିକ ମୁଖ୍ୟତଃ ଭୁବନେଶ୍ୱର, ପୁରୀ ଓ ଏହାର ଆଖପାଖରେ ଚଳାଚଳ କରୁଛି । ରାଜ୍ୟ ସରକାର ଏବେ ଇ-ବସ୍‍ ଚଳାଚଳକୁ ଅନ୍ୟ ସହରଗୁଡିକୁ ସମ୍ପ୍ରସାରିତ କରୁଥିବାବେଳେ ଧିରେ ଧିରେ ଅଧିକରୁ ଅଧିକ ଇ-ବସ୍‍ ସାମିଲ ପାଇଁ ଯୋଜନା କରୁଛନ୍ତି । ତେବେ ସହରାଞ୍ଚଳରେ ଶୀତତାପନିୟନ୍ତ୍ରିତ ଏହି ବସ୍‍ଗୁଡିକରେ ଯାତ୍ରା ଶସ୍ତା ଓ ସହଜ ହୋଇଥିବାରୁ ଲୋକେ ଅନ୍ୟାନ୍ୟ ପରିବହନ ବଦଳରେ ଏଥିରେ ଯିବାକୁ ଅଧିକ ସଂଖ୍ୟାରେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।

  • Related Posts

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ନୂଆଦିଲ୍ଲୀ,25/08: ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍‌ ଏଆଇ। ବର୍ତ୍ତମାନ କମ୍ପାନିର ଭାରତରେ କେବଳ ଜଣେ କର୍ମଚାରୀ ଅଛନ୍ତି। ସିଏ ହେଉଛନ୍ତି ପ୍ରଜ୍ଞା ମିଶ୍ର। ଯିଏକି ଦେଶରେ ସାର୍ବଜନୀନ ନୀତି ଏବଂ ସହଭାଗୀତାର ନେତୃତ୍ୱ ନେଉଛନ୍ତି। କମ୍ପାନି…

    Continue reading
    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    କଟକ,୨୫/୦୮: କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ଦୁର୍ଗା ପୂଜାକୁ ଆଉ ମାସେ ବାକି ଥିବା ବେଳେ ଏଥିପାଇଁ ଜାରି ହେଲା ସର୍କୁଲାର। ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ