ଇ-ବସ୍‍ରେ ଓଡିଶା ପଞ୍ଚମ

ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍‍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍‍ ଚଳାଇବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା କାର୍ୟ୍ୟକାରୀ କରୁଛନ୍ତି । ବିଶେଷକରି ସହରାଞ୍ଚଳରେ ଇ-ବସ୍‍ ଚଳାଚଳକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ପିଏମ୍‍-ଇ ବସ୍‍ ସେବା ଏବଂ ପିଏମ୍‍-ଇ-ଡ୍ରାଇଭ୍‍ ଭଳି ଯୋଜନା ଚଳାଯାଉଛି । ଏହି ଯୋଜନାରେ ଇ-ବସ୍‍ ଚଳାଚଳ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।ଏହି ଯୋଜନାରେ ସାମିଲ ହେବାପାଇଁ ରାଜ୍ୟ ପରିବହନ ନିଗମଗୁଡିକ ସେମାନଙ୍କ ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇଲେ ଏହା ଉପରେ କେନ୍ଦ୍ର ବିଚାର କରିବ । ସେହିଭଳି ବିଭିନ୍ନ ରାଜ୍ୟର ନଗର ଉନ୍ନୟନ ବିଭାଗ ମଧ୍ୟ ଏଥିପାଇଁ କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଉଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏବେ ୧୪,୩୨୯ଟି ଇ-ବସ୍‍ ଯୋଗାଇ ଦିଆଥିବାବେଳେ ଦିଲ୍ଲୀରେ ସର୍ବାଧିକ ୩୫୬୪ଟି ଚଳାଚଳ କରୁଛି । ଏହା ପଛକୁ ରହିଛି ମହାରାଷ୍ଟ୍ର । ସେହି ରାଜ୍ୟରେ ୩୨୯୬ଟି ବସ୍‍ ଚଳାଚଳ କରୁଥିବାବେଳେ କର୍ଣ୍ଣାଟକରେ ୨୨୩୬ଟି, ଉତ୍ତରପ୍ରଦେଶରେ ୮୫୦ଟି ଓ ଏହା ପଛକୁ ଓଡିଶାକୁ ୪୫୦ଟି ଇ-ବସ୍‍ ମିଳିଛିି । ପଡୋଶୀ ଆନ୍ଧ୍ରପ୍ରଦେଶରେ ଇ-ବସ୍‍ ସଂଖ୍ୟା ୨୩୮ଟି ଥିବାବେଳେ ଛତିଶଗଡରେ ୨୧୫, ଝାଡଖଣ୍ଡରେ୪୬ ଓ ପଶ୍ଚିମବଙ୍ଗରେ ୩୯୧ଟି ଇ-ବସ୍‍ ମିଳିଛି ।ନୀତି ଆୟୋଗ ପକ୍ଷରୁ ସମଗ୍ର ଦେଶରେ ଏହି ପରିବେଶ ଅନୁକୂଳ ଇ-ବସ୍‍ ଚଳାଚଳ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ହେଉଥିବା ୫୦ହଜାର ଇ-ବସ୍‍ ଲକ୍ଷ୍ୟ ପୂରଣ ପାଇଁ କନଭରଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ (ସିଇସିଏଲ୍‍)କୁ ୨୦୨୨ ମସିହାରେ କୁହାଯାଇଥିଲା । ତେବେ କେନ୍ଦ୍ରୀୟ ଅନୁଦାନ ସହିତ ପଞ୍ଜିକରଣ ଓ ଟିକସ ଆଦି ଛାଡ ବ୍ୟବସ୍ଥା ଥିବା ଓଡିଶା ସମେତ ଅନ୍ୟ ବହୁ ରାଜ୍ୟ ଇ-ବସ୍‍କୁ ଆପଣେଇବାରେ ଲାଗିଛନ୍ତି । ଓଡିଶାକୁ ମିଳିଥିବା ଇ-ବସ୍‍ ଚଳାଚଳ ପାଇଁ କ୍ରୁଟ୍‍ ଗଠନ ହୋଇଥିବାବେଳେ ଏହି ବସ୍‍ଗୁଡିକ ମୁଖ୍ୟତଃ ଭୁବନେଶ୍ୱର, ପୁରୀ ଓ ଏହାର ଆଖପାଖରେ ଚଳାଚଳ କରୁଛି । ରାଜ୍ୟ ସରକାର ଏବେ ଇ-ବସ୍‍ ଚଳାଚଳକୁ ଅନ୍ୟ ସହରଗୁଡିକୁ ସମ୍ପ୍ରସାରିତ କରୁଥିବାବେଳେ ଧିରେ ଧିରେ ଅଧିକରୁ ଅଧିକ ଇ-ବସ୍‍ ସାମିଲ ପାଇଁ ଯୋଜନା କରୁଛନ୍ତି । ତେବେ ସହରାଞ୍ଚଳରେ ଶୀତତାପନିୟନ୍ତ୍ରିତ ଏହି ବସ୍‍ଗୁଡିକରେ ଯାତ୍ରା ଶସ୍ତା ଓ ସହଜ ହୋଇଥିବାରୁ ଲୋକେ ଅନ୍ୟାନ୍ୟ ପରିବହନ ବଦଳରେ ଏଥିରେ ଯିବାକୁ ଅଧିକ ସଂଖ୍ୟାରେ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ