ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ହୋଇ ରହିଛି । ୨୪ ଘଣ୍ଟାରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ୩ ତାରିଖରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେବ। ଏହା ବିଶେଷ ବଳୁଆ ହେବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଥିବା ଲଘୁଚାପ ଶୁକ୍ରବାର ଛତିଶଗଡ଼ରେ ପହଞ୍ଚିପାରେ । ୨୮ ତାରିଖ କିଛି ସ୍ଥାନରେ ବର୍ଷା ହୋଇପାରେ। ୨୯ ତାରିଖ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ । ୩୦ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶା, ୩୧ରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ବର୍ଷା ହେବ। କିଛି ସ୍ଥାନରେ ମଧ୍ୟମ ଧରଣର ( ୩୫ ମିମି ପର୍ୟ୍ୟନ୍ତ) ବର୍ଷା ସମ୍ଭାବନା ଅଛି । ୩୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନାହିଁ। ବୁଧବାର ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗୁରୁବାର ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ।

  • Related Posts

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଭୁବନେଶ୍ବର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରରେ ଗୁରୁବାର ବସିଥିଲା ଗୋଲ ଟେବୁଲ ବୈଠକ । ବୈଠକ ପରେ ୨୯ ତାରିଖରେ ଛତିଶଗଡ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଅଧ୍ୟକ୍ଷତା କରିଥିଲେ ଜଳ ମାନବ ଡ.…

    Continue reading
    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି।ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ଚୋରି କରି ହେଲେ ବନ୍ଧା ହେଲେ ଭଣ୍ଡ ପ୍ରବଚକ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ବିହାରରେ ୩ ପାକିସ୍ତାନୀ ଆତଙ୍କବାଦୀ

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ମହାନଦୀ ଜଳ ବିବାଦ: ୨୯ରେ ଛତିଶଗଡ ପଦାଧିକାରୀଙ୍କ ସହ ହେବ ଆଲୋଚନା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଟାଙ୍ଗିଆରେ ହଣି ନିର୍ମମ ଭାବେ ହତ୍ୟା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା

    ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଓମ୍ ବିର୍ଲା