ରାଜଭବନରେ ନୂଆଁଖାଇ

ଭୁବନେଶ୍ଵର: ରାଜଭବନରେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି । ଗୁରୁବାର ଦିନ ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲଠାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କର ପୂଜାର୍ଚ୍ଚନା କରି ନୂଆ ଧାନ ଓ ନବାନ୍ନ ଅର୍ପଣ କରିଥିଲେ ଏବଂ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ ।ରାଜ୍ୟପାଳଙ୍କ କମିସନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ଇଷ୍ଟଦେବୀଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ନବାନ୍ନ ଭକ୍ଷଣ କରିଥିଲେ ।ନୂଆଁଖାଇ ପାଳନ କରି ରାଜ୍ୟପାଳ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ନୂଆଁଖାଇ ଏକ ପର୍ବ ଯାହା ଧରିତ୍ରୀ ମାତା ଓ ଆମର କୃଷକମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଅବସର । ଏହି ପର୍ବ ପାରିବାରିକ ବନ୍ଧନକୁ ମଜବୁତ କରିବା ସହିତ ଲୋକଙ୍କୁ ଏକାଠି କରିଥାଏ ଏବଂ ସଦ୍‌ଭାବନା ପ୍ରତିଷ୍ଠା କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି ।ଏହି ଅବସରରେ ଏକ ବାର୍ତ୍ତାରେ ରାଜ୍ୟପାଳ ଡ଼. କମ୍ଭମପାଟି କୃଷକ ଭାଇ ଭଉଣୀ ତଥା ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କର ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ଏବଂ କୃଷି କ୍ଷେତ୍ରରେ ଓଡିଶାକୁ ଏକ ଅଗ୍ରଣୀ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ ଆହ୍ଵାନ ଜଣାଇଛନ୍ତି ।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ