୨ କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ

ରାୟଗଡ଼ା: ରାୟଗଡା ଜିଲ୍ଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଚାରି ଜଣଙ୍କୁ ରାୟଗଡା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡିଛି ଓ ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରୁ ୨ ଜଣ ରାୟଗଡା ଜିଲ୍ଲାର ହୋଇଥିବା ବେଳେ ଆଉ ୨ ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି ଓ ଗୁଣପୁର ବ୍ଲକ ପୁଟାସିଂ ଅଞ୍ଚଳର ଅଞ୍ଜରସିଂ ଗାଁର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଞ୍ଚଳର ଅନ୍ୟ ୨ ଜଣ ବ୍ୟକ୍ତି ବାଘ ଚମଡ଼ା ବିକ୍ରି କରିବାକୁ ଯୋଜନା କରିଥିଲେ । ମହାରାଷ୍ଟ୍ରର ମାତିନଗର ଅଞ୍ଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡାକୁ ବିକ୍ରି କରିବା ପାଇଁ ଯୋଗାଯୋଗରେ ରହିଥିଲେ । କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ୍‌ କରିଥିଲେ । ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ ଓ ଉକ୍ତ ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରି କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଧରିଥିଲେ ଓ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର କାମେଶ୍ୱର ଅଚାରୀ ସୂଚନା ଦେଇଛନ୍ତି । ଏହି କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ଜଣାପଡିଛି ଓ ଉଭୟ ବାଘର ବୟସ ୫/୭ ବର୍ଷ ମଧ୍ୟରେ ରହିଥିବା ବନ ବିଭାଗ ସୂଚନା ଦେଇଛି ଓ ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ ଅଶୋକ ପ୍ରଧାନ ପ୍ରକାଶ କରିଛନ୍ତି ଓ

  • Related Posts

    ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

    ​​​​​​​ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…

    Continue reading
    ଭରତପୁରରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

    ଭୁବନେଶ୍ଵର : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର