ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର

ଆଠମଲ୍ଲିକ : ସ୍ତ୍ରୀର ପରକୀୟା ପ୍ରୀତିରେ ବଳି ପଡ଼ିଗଲା ସ୍ଵାମୀ। ପ୍ରେମିକର ଗୁଳିମାଡ଼ରେ ସ୍ଵାମୀ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଦଳିତ ବସ୍ତିରେ ଏଭଳି ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ଉକ୍ତ ବସ୍ତିର କ୍ଷୀରୋଦ ନାଏକ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ସୁରଭି ନାଏକଙ୍କୁ ଗୁଳି ମାରିଛି। ଏହି ଘଟଣାକୁ ନେଇ ଦଳିତ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଆଠମଲ୍ଲିକ ଥାନା କମଳପୁର ଗାଁର ସୁରଭି ନାଏକ ଓ କ୍ଷୀରୋଦ ନାଏକ ଉଭୟ ବିବାହିତ ଓ ଉଭୟଙ୍କର ପିଲାଛୁଆ ଅଛନ୍ତି।କିଛି ବର୍ଷ ହେବ ସୁରଭିଙ୍କ ପତ୍ନୀଙ୍କ ସହିତ କ୍ଷୀରୋଦଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ବ୍ୟାପାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଲାଗି ରହୁଥିଲା। ସୁରଭିଙ୍କ ସ୍ତ୍ରୀ ଗତ ୧୨ ଦିନ ହେବ ପିଲାଛୁଆଙ୍କୁ ଛାଡି କୁଆଡେ ପଳାଇଛନ୍ତି। କ୍ଷୀରୋଦ ତାଙ୍କ ସ୍ତ୍ରୀକୁ ଲୁଚାଇ ରଖିଥିବା ସୁରଭି ଅଭିଯୋଗ ଆଣିଥିଲେ। ଏହାକୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କ୍ଷୀରୋଦ ଏକ ବନ୍ଧୁକ ଆଣି ସୁରଭିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରଭିଙ୍କ ଡାହାଣ ପାଖ କାନ୍ଧ ଓ ଅଣ୍ଟା ପାଖରେ ୨ ଟି ଗୁଳି ବାଜିଛି। ଲହୁଲୁହାଣ ଅବସ୍ଥାରେ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି। ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆଠମଲ୍ଲିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ଅଭିଯୁକ୍ତ କ୍ଷୀରୋଦ ନାଏକ ଫେରାର ଥିବା ଜଣାପଡିଛି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ