ସ୍ତ୍ରୀର ପରକୀୟା ପ୍ରୀତି: ପ୍ରେମିକ ଗୁଳି ମାଡ଼ରେ ସ୍ଵାମୀ ଗୁରୁତର

ଆଠମଲ୍ଲିକ : ସ୍ତ୍ରୀର ପରକୀୟା ପ୍ରୀତିରେ ବଳି ପଡ଼ିଗଲା ସ୍ଵାମୀ। ପ୍ରେମିକର ଗୁଳିମାଡ଼ରେ ସ୍ଵାମୀ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା କମଳପୁର ଗାଁର ଦଳିତ ବସ୍ତିରେ ଏଭଳି ଘଟଣା ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ବେଳେ ଉକ୍ତ ବସ୍ତିର କ୍ଷୀରୋଦ ନାଏକ ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ସୁରଭି ନାଏକଙ୍କୁ ଗୁଳି ମାରିଛି। ଏହି ଘଟଣାକୁ ନେଇ ଦଳିତ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଆଠମଲ୍ଲିକ ଥାନା କମଳପୁର ଗାଁର ସୁରଭି ନାଏକ ଓ କ୍ଷୀରୋଦ ନାଏକ ଉଭୟ ବିବାହିତ ଓ ଉଭୟଙ୍କର ପିଲାଛୁଆ ଅଛନ୍ତି।କିଛି ବର୍ଷ ହେବ ସୁରଭିଙ୍କ ପତ୍ନୀଙ୍କ ସହିତ କ୍ଷୀରୋଦଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରେମ ବ୍ୟାପାରକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ଲାଗି ରହୁଥିଲା। ସୁରଭିଙ୍କ ସ୍ତ୍ରୀ ଗତ ୧୨ ଦିନ ହେବ ପିଲାଛୁଆଙ୍କୁ ଛାଡି କୁଆଡେ ପଳାଇଛନ୍ତି। କ୍ଷୀରୋଦ ତାଙ୍କ ସ୍ତ୍ରୀକୁ ଲୁଚାଇ ରଖିଥିବା ସୁରଭି ଅଭିଯୋଗ ଆଣିଥିଲେ। ଏହାକୁ କେନ୍ଦ୍ରକରି ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କ୍ଷୀରୋଦ ଏକ ବନ୍ଧୁକ ଆଣି ସୁରଭିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରଭିଙ୍କ ଡାହାଣ ପାଖ କାନ୍ଧ ଓ ଅଣ୍ଟା ପାଖରେ ୨ ଟି ଗୁଳି ବାଜିଛି। ଲହୁଲୁହାଣ ଅବସ୍ଥାରେ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇଛି। ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଆଠମଲ୍ଲିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ଅଭିଯୁକ୍ତ କ୍ଷୀରୋଦ ନାଏକ ଫେରାର ଥିବା ଜଣାପଡିଛି।

  • Related Posts

    ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

    ​​​​​​​ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…

    Continue reading
    ଭରତପୁରରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

    ଭୁବନେଶ୍ଵର : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର