ଉପରାଷ୍ଟ୍ରପତି ନିର୍ବାଚନ:କାହାର ହେବ ବିଜେଡି?

ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ହେଲେ ଏଯାଏଁ କିନ୍ତୁ ନିର୍ବାଚନକୁ ନେଇ ନବୀନ କିନ୍ତୁ ନୀରବ । ବିଜେଡି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସପୋର୍ଟ କରିବ ଆଉ କାହାକୁ ବିରୋଧ କରିବ, ତା ଏଯାଏଁ ସ୍ପଷ୍ଟ ହେଇନି । ତେଣୁ ଚର୍ଚ୍ଚା ବଢୁଛି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କାହାର ହେବ ବିଜେଡି? ଉପରାଷ୍ଟ୍ରପତି ନିର୍ବାଚନକୁ ଏବେ ମାତ୍ର ୫ଟା ଦିନ ବାକି ଅଛି । ହେଲେ ଏଯାଏଁ ନବୀନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାଁନ୍ତି । ଦଳର ଅନ୍ୟନେତାମାନେ ମଧ୍ୟ ଏ ପ୍ରସଙ୍ଗରୁ ପୂରାପୂରି ଚୁପ୍ । ସମସ୍ତଙ୍କର ଗୋଟିଏ ଉତ୍ତର, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ, ସେଇଆ ହିଁ ହେବ । ତେଣୁ ଏବେ ନବୀନ ଏହି ୪ରୁ ୫ ଦିନ ଭିତରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କର ନଜର ।ଚର୍ଚ୍ଚା ହେଉଛି ନବୀନଙ୍କ ପାଇଁ ନିଷ୍ପତ୍ତି ନେବା ଏଥର ସହଜ ହେବନି । ପୂର୍ବରୁ ଅନେକ ପ୍ରସଙ୍ଗରେ ନବୀନ ବିଜେପିକୁ ସମର୍ଥନ ଦେଇଛନ୍ତି । ହେଲେ ଏବେ କିନ୍ତୁ ବିଜେପିକୁ ସମର୍ଥନ ଦେବା ଦଳ ପାଇଁ ଅସୁବିଧାର କାରଣ ହେଇପାରେ । କାହିଁକି ନା ବିଜେପି ହିଁ ହେଉଛି ସେହି ଦଳ, ଯିଏ ନବୀନ ସରକାରକୁ ସତ୍ତାରୁ ହଟେଇ, ଏବେ ଶାସନ ଅକ୍ତିଆର କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ର ମୋଦୀଙ୍କ ସହିତ ନବୀନଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ନବୀନ ଯେତେବେଳେ ଅସୁସ୍ଥ ହେଲେ, ସେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ତେଣୁ ସବୁଆଡୁ ବୁଝି ବିଚାରି ନବୀନ ଶେଷରେ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି ।ଓ୍ୱାକଫ୍ ବିଲକୁ ନେଇ ବିଜେଡି ଦଳ ଭିତରେ କନ୍ଦଳ ଦେଖିବାକୁ ମିଳିଥିଲା । କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବାବେଳେ, କିଛି ଏହାକୁ ବିରୋଧ କରିଥିଲେ । ତେଣୁ ଏଥର ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ସାଂସଦମାନେ କାହାକୁ ସମର୍ଥନ ଦେବେ, ତାହା ସବୁଠୁ ଦେଖିବାର କଥା ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ