ବୈତରଣୀରେ ପୁଣି ଆସିଲା ବନ୍ୟା

ଭୁବନେଶ୍ୱର: ବୈତରଣୀରେ ପୁଣି ଆସିଲା ବନ୍ୟା। ଏଥର ଛୋଟ ଧରଣର ବନ୍ୟା ହୋଇଥିଲେ ବି ବଢ଼ାଇ ଦେଇଛି ଚିନ୍ତା। କାରଣ ଗତ ତିନି ମାସ ମଧ୍ୟରେ ଏହା ବୈତରଣୀରେ ତୃତୀୟ ବନ୍ୟା। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ। ପାଣି ବଢ଼ିଥିବାରୁ ପ୍ରଭାବିତ ହୋଇଛନ୍ତି ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀ। ସେହିପରି ଯାଜପୁର ଜିଲ୍ଲା ପୁଣି ଥରେ ବନ୍ୟାର ପ୍ରକୋପ ସହିଛି। ଗତକାଲି ୧୪ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ଓ ୪୨ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଯାହା ପ୍ରବଳରୁ ଅତି ପ୍ରବଳ ବର୍ଷା। ଉପର ମହାନଦୀ, ବୈତରଣୀ ଓ ବୁଢାବଳଙ୍ଗରେ ବଢ଼ିଛି ବର୍ଷାର ପରିମାଣ। କେବଳ ବୈତରଣୀରେ ହିଁ ଛୋଟ ଧରଣର ବନ୍ୟା ଥିବାରୁ ଜିଲ୍ଲା ପ୍ରଶାସନକୁ କରାଯାଇଛି ସତର୍କ।ଭଦ୍ରକ, ବନ୍ତ, ଧାମନଗର ଓ ଭଣ୍ଡାରୀପୋଖରୀରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ବଜାର ଓ ହାଟଠାରୁ ଆରମ୍ଭ କରି ରାସ୍ତା ଘାଟ ଶୂନଶାନ ହୋଇପଡ଼ିଛି। ଗୋଟିଏ ପଟେ ବୈତରଣୀରେ ବନ୍ୟା ଆସିଥିବା ବେଳେ, ଭଦ୍ରକରେ ପ୍ରବାହିତ ସାଳନ୍ଦୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କରିଛି। ଯାହାକୁ ନେଇ ତଳିଆ ଅଞ୍ଚଳବାସୀଙ୍କ ମନରେ ପଶିଛି ଛନକା। ସେପଟେ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଗାଁରେ ଭାଙ୍ଗିଛି ବ୍ରିଜ। ଖରସ୍ରୋତା ନଦୀର ଶାଖା ଦୁଧେଇନାଳରେ ଜଳସ୍ରୋତ ପ୍ରଖର ଥିବାରୁ, ଏହି ସେତୁର ପାରାପେଠି ଓ ଆପ୍ରୋଚ ରୋଡ ଭାଙ୍ଗି ପଡ଼ିଛି। ଫଳରେ ହସନପୁର ଓ ଦୁର୍ଗାପୁରକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ଲଗାଣ ବର୍ଷା ଯୋଗୁଁ ଜଳକା ସତର୍କ ସଙ୍କେତ ଉପରେ ଅଛି। ହେଲେ ଏହା ବିପଦ ସଙ୍କେତକୁ ଟପିବନି ବୋଲି ଆକଳନ କରାଯାଇଛି । ସେହିପରି ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ଥିଲେ ବି ମହାନଦୀରେ ବନ୍ୟା ହେବନି।

  • Related Posts

    ଖୁବଶୀଘ୍ର ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ

    ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଆ ଆସି ଦାୟିତ୍ବ ନେବେ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ। ନୂଆ ନିଯୁକ୍ତି ମିଳିବା ପରେ ପ୍ରଥମ ଥର ଗଣମାଧ୍ୟମକୁ ପ୍ରତିକ୍ରିୟାରେ ସେ କହିଛନ୍ତି, ସମନ୍ବୟ ରକ୍ଷା କରି କାମ କରିବେ। ଲୋକଙ୍କ ସେବା କରିବେ। ପରିସ୍ଥିତି…

    Continue reading
    ଜାନୁଆରୀ ୧୨ରୁ ବରଗଡ଼ ଧନୁଯାତ୍ରା

    ​​​​​​ବରଗଡ: ୨୦୨୭ ଜାନୁଆରୀ ୧୨ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । କଂସଙ୍କ ଶାସନରେ କମ୍ପିବ ମଥୁରା ନଗରୀ। ଧନୁଯାତ୍ରା ମହୋତ୍ସବ ସମିତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ