ରାଜ୍ୟର ମହିଳାମାନଙ୍କ ସୁରକ୍ଷା ପ୍ରଥମ କାମ ହେବ : ସ୍ନେହାଙ୍ଗିନୀ

ଭୁବନେଶ୍ୱର: ମହିଳାମାନଙ୍କ ସୁରକ୍ଷା ପାଇଁ ସଂକଳ୍ପ ନେଇଛି ବିଜୁ ମହିଳା ଜନତା ଦଳ । ରାଜ୍ୟର ମହିଳାମାନଙ୍କ ସୁରକ୍ଷା ପ୍ରଥମ କାମ ହେବ ବୋଲି କହିଛନ୍ତି ନୂଆ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ସେ କହିଛନ୍ତି, ବିଜୁ ମହିଳା ଜନତା ଦଳ ଗଠିତ ହୋଇଛି। ଏଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେସମିଟ କରି ଧନ୍ୟବାଦ ଦେଇଛନ୍ତି ମହିଳା ୱିଙ୍ଗର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ମହିଳା ଜନତା ଦଳର ୧୫ଜଣିଆ କମିଟି ଗଠନ କରାଯାଇଛି । ମହିଳା ସଂଗଠନକୁ ସୁସଂଗଠିତ କରାଯାଇଛି । ଆଗାମୀ ଦିନରେ ମହିଳା ସଂଗଠନକୁ ଆହୁରି ମଜଭୁତ କରାଯିବ। ମିଶନ ଶକ୍ତିରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରି ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସଶକ୍ତ କରିଥିଲେ। ଜଣେ ମିଶନ ଶକ୍ତି ମହିଳାଙ୍କୁ ସେ ସଂସଦକୁ ପଠାଇଥିଲେ। ହେଲେ ଆଜି ଓଡ଼ିଶାରେ ମହିଳା ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ନ୍ୟାୟ ନପାଇ ମହିଳାମାନେ ଆତ୍ମାହୁତି କରିବାକୁ ପଛାଉ ନାହାନ୍ତି । ମହିଳାମାନେ ଆଜି ଭୟରେ ଅଛନ୍ତି । ବିଜେପି ସରକାରରେ ମହିଳାମାନେ ତଳକୁ ତଳକୁ ଯାଉଛନ୍ତି । ରାଜ୍ୟର ମହିଳା ମାନଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବ ବିଜୁ ମହିଳା ଜନତା ଦଳ। ମହିଳା ସମସ୍ୟା ପାଇଁ ଲଢ଼େଇ କରିବା ଲାଗି ବିଜେଡି ଆଗରେ ରହିବ ବୋଲି କହିଛନ୍ତି ନୂଆ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ