ବନ୍ଦ ହେଲା ହୀରାକୁଦର ୪ ଫାଟକ

ସମ୍ବଲପୁର: ଉପର ମୁଣ୍ଡରୁ ହୀରାକୁଦକୁ ବର୍ଷାଜଳ ପ୍ରବାହ ହ୍ରାସ ପାଇଛି। ଯାହାଫଳରେ ଶନିବାର ଜଳଭଣ୍ଡାରର ୪ ଗେଟ୍‌କୁ ବନ୍ଦ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ଯୋଗୁ ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ହୀରାକୁଦକୁ ଜଳ ପ୍ରବାହ ବୃଦ୍ଧି ପାଇଥିଲା। ଫଳରେ ଜଳ ଭଣ୍ଡାରର ୨୪ଟି ଫାଟକ ଖୋଲାଯାଇଥିଲା। ଶନିବାର ସୁଦ୍ଧା ୨୦ ଫାଟକ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ବାମ ପାର୍ଶ୍ବରେ ୧୩ଟି ଏବଂ ଦକ୍ଷିଣ ପାର୍ଶ୍ବରେ ୭ଟି ଫାଟକ ଖୋଲାଯାଇଛି।

ଅନ୍ୟପଟେ ଦୁଇଦିନ ପରେ ମୁଣ୍ଡଳିରେ ବନ୍ୟାଜଳ ପ୍ରାୟ ୫ଲକ୍ଷ କ୍ୟୁସେକ୍ ଛୁଇଁବ। କିନ୍ତୁ ମହାନଦୀରେ ବନ୍ୟା ଆସିବ ନାହିଁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। ଶୁକ୍ରବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ ରେକର୍ଡ଼ କରାଯାଇଛି। ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ