ମହାନଦୀରେ ଛୋଟ ଧରଣର ବନ୍ୟା

ଭୁବନେଶ୍ବର: ମହାନଦୀରେ ଛୋଟ ଧରଣର ବନ୍ୟା। ମହାନଦୀ ଉପରମୁଣ୍ଡରେ ବର୍ଷା ହେବା ଯୋଗୁଁ ଅଧିକ ଜଳ ପଶିଛି। ୨୪ଟି ଗେଟରେ ଜଳ ନିଷ୍କାସନ ହେଉଥିଲା। ଏବେ ହୀରାକୁଦରେ ଜଳସ୍ତର ୬୨୬.୩୫ ଫୁଟ ରହିଛି। ଏବେ ୩.୮୫ ଲକ୍ଷ କ୍ୟୁସେକ ଜଳ ପଶୁଥିବାବେଳେ ୪.୨୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ କମୁଥିବାରୁ ଆଉ ଚାରି ଗେଟ ବନ୍ଦ ହେଲା। ଆଜି ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।
ସେ ଆହୁରି କହିଛନ୍ତି, ଆସନ୍ତାକାଲି ସନ୍ଧ୍ୟା ୬ ଟାରେ ୫.୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀକୁ ଆସିବ। ଛୋଟ ଧରଣର ବନ୍ୟା ମୁଣ୍ଡଳୀକୁ ଆସିବ। ପରବର୍ତ୍ତୀ ସମୟରେ ଏହା କମିବ, ହେଲେ ବଢିବ ନାହିଁ। ତେଣୁ ବିପଦ ଆସିବ ନାହିଁ। ତେଲ ନଦୀରେ ବି ବର୍ଷା ନାହିଁ। ରେଙ୍ଗାଲିର ଦୁଇଟି ଗେଟ ଦେଇ ବ୍ରାହ୍ମଣୀ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କମୁଥିବାରୁ ରେଙ୍ଗାଲିର ଗୋଟେ ଗେଟ ବନ୍ଦ ହେବ। କୌଣସି ନଦୀରେ ବନ୍ୟା ନାହିଁ। କେବଳ ଜଳକା ବିପଦ ସଂକେତ ଉପରେ ଅଛି। ଆଉ ଘଣ୍ଟେରେ ଏହା ବିପଦମୁକ୍ତ ହୋଇଯିବ। କାରଣ ଜଳସ୍ତର କମୁଛି। ଗତକାଲି ବିଶେଷ ବର୍ଷା କେଉଁଠି ବି ହୋଇନି। କେବଳ ୧୦ ଟି ବ୍ଲକରେ ୫୦ ମିମି ବର୍ଷା ହୋଇଛି. କୌଣସି ବ୍ଲକରେ ୧୦୦ ମିମି ବର୍ଷା ହୋଇନି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ବର୍ଷା ନାହିଁ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ