ଓଡ଼ିଆ ଅସ୍ମିତା ସମ୍ପର୍କରେ ଏହା କହିଲେ ସିଏମ

ଭୁବନେଶ୍ୱର: ମୁଁ ଅସ୍ମିତା କଥା ବାରମ୍ୱାର କହୁଛି । କାରଣ, ଅସ୍ମିତା ହିଁ ସମସ୍ତ ବିକାଶର ମୂଳମନ୍ତ୍ର । ଆମ ସରକାର ଆସିବା ପରେ ଅସ୍ମିତାର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବାଠୁଁ ଆରମ୍ଭ କରି ଭିତର ରତ୍ନଭଣ୍ଡାର, ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର ପାଣ୍ଠି, ୨୦୦ କୋଟି ଟଙ୍କାର ଅସ୍ମିତା ପାଣ୍ଠି ଆଦି ବିଷୟରେ ଆପଣମାନେ ଜାଣନ୍ତି । ଆମ ସରକାର ପ୍ରଥମ ଥର ପାଇଁ ଉତ୍କଳ ଦିବସକୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପାଳନ କରିଛନ୍ତି। ସମସ୍ତ ମହାପୁରୁଷଙ୍କ ଜନ୍ମପୀଠକୁ ବିକଶିତ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ୟ୍ୟକ୍ରମ କରାଯାଉଛି । ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ଓଡିଶା ଲିଟେରାରୀ ଫେଷ୍ଟିଭାଲ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ଅଭିଭାଷଣରେ କହିଛନ୍ତି ଉତ୍କଳ ଦିବସରୁ ଓଡ଼ିଆ ନୂଆ ବର୍ଷ ପର୍ୟ୍ୟନ୍ତ ୧୪ ଦିନ ସମୟକୁ ଓଡ଼ିଆ ପକ୍ଷ ଭାବେ ପାଳନ କରାଯାଇଛି ଏବଂ ପ୍ରତ୍ୟେକ ଦିନକୁ ଆମ ସଂସ୍କୃତିର ଗୋଟିଏ ମହତ୍ୱପୂର୍ଣ୍ଣ ଦିଗ ସହିତ ଯୋଡାଯାଇ ଉତ୍ସବ ପାଳନ କରାଯାଇଛି । ବାଲିଯାତ୍ରା ଓ ଧନୁଯାତ୍ରା ପରି ପ୍ରସିଦ୍ଧ କାର୍ୟ୍ୟକ୍ରମ ଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସାରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏସବୁ ପଦକ୍ଷେପ ଆମ ସରକାରଙ୍କ ପ୍ରଥମ ବର୍ଷରେ ହିଁ ନିଆଯାଇଛି । ଏହା କେବଳ ପ୍ରାରମ୍ଭ ମାତ୍ର । ଆଗକୁ ଆହୁରି ଅନେକ ପଦକ୍ଷେପ ନିଆଯିବ । କାରଣ ଅସ୍ମିତା ସହିତ ଆମେ ଯୋଡି ନ ହେଲେ, ବିକାଶ ହେବନାହିଁ । ବିକାଶ ହେଲେ ମଧ୍ୟ ଆମେ ଆତ୍ମନିର୍ଭରଶୀଳ ହୋଇପାରିବା ନାହିଁ । ମୋଦୀଜୀଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଆମ ସମସ୍ତଙ୍କୁ ପ୍ରଥମେ ଆମର ଭାଷା ସଂସ୍କୃତିକୁ ଭଲ ପାଇବାକୁ ପଡ଼ିବ । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେମିକନ ଇଣ୍ଡିଆ ୨୦୨୫ ରେ ମୋଦୀଜୀ ଯେତେବେଳେ ଭାରତର ପ୍ରଥମ ସେମିକଣ୍ଡକ୍ଟର ଲଞ୍ଚ୍ କଲେ, ସେତେବେଳେ ଆଧୁନିକ ଟେକ୍ନୋଲୋଜିରେ ଆତ୍ମନିର୍ଭରତାର ଅୟମାରମ୍ଭ ହେଲା । ଖୁସିର କଥା ଦେଶର ପ୍ରଥମ ଚିପ୍‌ ନିର୍ମାଣରେ ଏନ୍‌ଆଇଟି ଏବଂ ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିଅରିଂ କଲେଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଏହାର ତିନୋଟି ଡିଜାଇନ ପ୍ରସ୍ତୁତ କରିଛନ୍ତି ।
ଆମ ପାଇଁ ଆହୁରି ଖୁସିର କଥା, କେନ୍ଦ୍ର ସରକାର ଓଡ଼ିଶା ପାଇଁ ୪୦୦୦ କୋଟି ଟଙ୍କାର ଦୁଇଟି ସେମିକଣ୍ଡକ୍ଟର ପ୍ରୋଜେକ୍ଟ ମଞ୍ଜୁର କରିଛନ୍ତି । ସେମିକନ ଇଣ୍ଡିଆ କାର୍ୟ୍ୟକ୍ରମରେ କେବଳ ଜଣେ ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାହା ହେଉଛି ଓଡିଶାର ମୁଖ୍ୟମନ୍ତ୍ରୀ। ସେଠାରେ ୨୦ରୁ ଅଧିକ ବିଶ୍ୱସ୍ତରୀୟ କମ୍ପାନୀ ଆସିଥିଲେ ଏବଂ ସମସ୍ତଙ୍କ ଟିମ୍ ସହିତ ମୁଁ ଆଲୋଚନା କରିଛି। ସେମାନେ ସମସ୍ତେ ଓଡିଶାରେ ପ୍ରୋଜେକ୍ଟ କରିବା ପାଇଁ ଆଗ୍ରହୀ।
ଏହି ଅବସରରେ, ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପ୍ରୋଜେକ୍ଟ ସ୍ଥାପନ ପାଇଁ ଚୁକ୍ତିନାମା ମଧ୍ୟ କରାଯାଇଛି। ଏହି ଦୁଇଟି ପ୍ରକଳ୍ପରେ ୨୬୦୦ କୋଟି ଟଙ୍କା ବିନିଯୋଗ ହେବ। ପୂର୍ବରୁ ଆର୍‌ଆଇଆର୍ ଗୋଟିଏ ସିଲିକନ୍ କାର୍ବାଇଡ୍‌ ୱେଫର୍ ଫେବ୍ରିକେସନ୍‌ ୟୁନିଟ୍ ପ୍ରତିଷ୍ଠା କରୁଛି। ଆସନ୍ତା ବର୍ଷେ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶର ଏକ ପାୱାର-ହାଉସ ହେବାକୁ ଯାଉଛି।
ଆମ ସରକାର ଆସିବା ପରେ ଓଡ଼ିଶା ଅତି ତ୍ୱରିତ ଗତିରେ ବିକାଶର ମାର୍ଗରେ ଅଗ୍ରସର ହେଉଛି । ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଓ ୧୩ ଲକ୍ଷ ନିଯୁକ୍ତି ପାଇଁ ମାର୍ଗ ପ୍ରସ୍ତୁତ ହୋଇଛି । ମହିଳା, କୃଷକ ମାନଙ୍କ ସାମାଜିକ ସୁରକ୍ଷା ଓ ବିକାଶ ପାଇଁ ସୁଭଦ୍ରା ଓ ସମୃଦ୍ଧ କୃଷକ ଯୋଜନା ପରି କାର୍ୟ୍ୟକ୍ରମ ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି । ଭବିଷ୍ୟତ ପ୍ରତି ସେମାନେ ଏବେ ପୂର୍ବ ଅପେକ୍ଷା ଅଧିକ ଆଶାବାଦୀ ଓ ଆତ୍ମବିଶ୍ୱାସୀ ହୋଇପାରିଛନ୍ତି। ୧୪-୧୫ ମାସ ସମୟ ମଧ୍ୟରେ ଆମ ସରକାରଙ୍କ କାର୍ୟ୍ୟକ୍ରମ ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିଛି । ଆମର କାର୍ୟ୍ୟକ୍ରମ ସମସ୍ତଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସ୍ୱାଭିମାନ ସୃଷ୍ଟି କରିଛି । ଏହି ଆତ୍ମବିଶ୍ୱାସ ଓ ଓଡ଼ିଆ ଅସ୍ମିତାକୁ ସାଥିରେ ନେଇ ୨୦୩୬ରେ ସମୃଦ୍ଧ ଓଡ଼ିଶା ଗଠନ ହେବ ଏବଂ ୨୦୪୭ରେ ବିକଶିତ ଭାରତ ଗଠନରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଅସ୍ମିତା ଓ ଆତ୍ମନିର୍ଭରତାର ପ୍ରଭାବ ପଡିବ।ବିକାଶ ପ୍ରକ୍ରିୟା ଉପରେ ମୁଁ ସମ୍ୟକ୍ ତଥ୍ୟ ଉପସ୍ଥାପନ କଲି । କାରଣ ଏହା ମୌଳିକତଃ ଏକ ସାହିତ୍ୟ କାର୍ୟ୍ୟକ୍ରମ । ସାହିତ୍ୟ ହେଉଛି ସମାଜର ଦର୍ପଣ। ସମାଜ ଜୀବନ, ବ୍ୟକ୍ତି ଚରିତ୍ର, ବ୍ୟବସ୍ଥାକୁ ନେଇ ସାହିତ୍ୟ ସୃଷ୍ଟି ହୋଇଥାଏ। ଜଣେ ସତ୍‌ସାହିତ୍ୟିକ ସମାଜର ଅଘୋଷିତ ବ୍ୟବସ୍ଥାପକ। କାରଣ, ସେ ହିଁ ସମାଜରେ ସଂସ୍କାର, ସଂଶୋଧନ, ଗୁଣାତ୍ମକ ପରିବର୍ତ୍ତନ ଓ ମାନବିକତାର ପ୍ରତିଷ୍ଠା ପାଇଁ ଆଗଭର ହୋଇଥାଏ । ମୁଁ ଆପଣମାନଙ୍କ ଠାରୁ ଗୋଟିଏ କଥା ଆଶା କରୁଛି । ସାରା ଦେଶରେ ଏବଂ ଆମ ଓଡ଼ିଶାରେ ଏକ ପରିବର୍ତ୍ତନର ଯୁଗ ଆସିଛି । ଆପଣ ସବୁ କ୍ଷେତ୍ରରେ ପରିବର୍ତ୍ତନ ଅନୁଭବ ମଧ୍ୟ କରୁଥିବେ । ଏ ଯେଉଁ ପରିବର୍ତ୍ତନ ହେଉଛି, ବିଶେଷକରି ଆର୍ଥିକ ଓ ଟେକ୍ନୋଲୋଜି କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହେଉଛି, ତାହା ଆମର ଚିରାଚରିତ ସାମାଜିକ ଚଳଣୀରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛି । ଅନେକ ପରିବର୍ତ୍ତନ ଆମ ଚିନ୍ତାର ବାହାରେ । ତେଣୁ ସାହିତ୍ୟରେ ଏ ପରିବର୍ତ୍ତନ ପ୍ରତିଫଳିତ ହେବ ବୋଲି ମୁଁ ଆଶା କରୁଛି । ଆପଣମାନେ ଚିନ୍ତାଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ- ତେଣୁ ଏ ବିଷୟରେ ଆପଣ ଚିନ୍ତା କରୁଥିବେ। ଯେତେ ପରିବର୍ତ୍ତନ ଆସିଲେ ମଧ୍ୟ, ସବୁକ୍ଷେତ୍ରରେ ଆମର ମୌଳିକତା ବଜାୟ ରହିବା ଆବଶ୍ୟକ । ସାହିତ୍ୟ ଏ କ୍ଷେତ୍ରରେ ସଚେତନ କରିପାରିବ ।

ଆମ ସମୟର ସାହିତ୍ୟିକମାନଙ୍କ ଆଗରେ ଆହ୍ୱାନ ରହିଛି। ପ୍ରତିକୂଳତାକୁ ଲଂଘନ କରି, ଅବ୍ୟବସ୍ଥାକୁ ବିରୋଧ କରି, ସଂସ୍କାର ଓ ସାଂସ୍କୃତିକ ଚେତନାର ସମର୍ଥନ କରି ସର୍ବୋପରି ସତ୍ୟ-ଶିବ-ସୁନ୍ଦରର ଜୟଗାନ କରିବା ହେଉଛି ଆଜିର ସାହିତ୍ୟିକଙ୍କ ଆଭିମୁଖ୍ୟ।

ମୋର ଆଶା, ଆମର ସାହିତ୍ୟିକମାନେ ଏ ଦିଗରେ ଅଧିକ ଉନ୍ମୁଖ ହେବେ। ଏହା ସହିତ ଆମ ଭାଷା ଓ ସାହିତ୍ୟର ସମୃଦ୍ଧି, ବିକାଶ ଓ ଅଧିକ ସଂପ୍ରସାରଣ ପାଇଁ ସେମାନେ ଉଦ୍ୟମ ଜାରି ରଖିବେ। ସାହିତ୍ୟ ଉତ୍ସବ ଏପରି ସୁଯୋଗମାନ ସୃଷ୍ଟି କରୁଛି, ଯେଉଁଠାରେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ଭାଷାର ଲେଖକମାନେ ଯୋଗଦେଇ ପରସ୍ପର ମଧ୍ୟରେ ମତବିନିମୟ କରିବା ସହିତ ନୂତନ ସୃଷ୍ଟି ସନ୍ଧାନରେ ଉତ୍ସାହିତ ହେଉଛନ୍ତି ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ