ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ଇ-ମେଲ; ତନଘନା ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଖଲିସ୍ତାନୀ ଆତଙ୍କୀ ପନ୍ନୁ ର ଧମକପୂର୍ଣ୍ଣ ଇ-ମେଲ ଘଟଣାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଅଫିସରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ମେଲ୍‌ର ସତ୍ୟତା ନେଇତଥ୍ୟ ସଂଗ୍ରହ କରି ଫେରିଛି। ଓଡ଼ିଆ ଓ ଇଂଲିଶରେ ଆସିଥିବା ଦୁଇଟି ମେଲ୍‌କୁ ନିରୀକ୍ଷଣ କରିଛି କ୍ରାଇମବ୍ରାଞ୍ଚ ଟିମ୍।

ଆଜି ସକାଳ ୯ଟା ୪ ମିନିଟ୍‌ରେ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଏକ ଧମକପୂର୍ଣ୍ଣ ମେଲ ପଠାଇଥିଲା। ଏହି ମେଲଟି ଦେଖିବା ପରେ ଅକ୍ଷୟ କମିଶନରେଟ ପୁଲିସକୁ ଜଣାଇଥିଲେ। ପରେ ଏହି ଘଟଣାର ତନଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ସାଇବର ସେଲ। ଆତଙ୍କୀ ପନ୍ନୁ ଏହି ମେଲ୍ ପଠାଇଛି ନାଁ ଏହା ପଛରେ କିଏ ? କେଉଁଠୁ ମେଲଟି ଆସିଛି ? ଆଇପି ଆଡ୍ରେସ ନେଇ ଯାଞ୍ଚ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏଥିସହ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଥମ୍ବନେଲ୍ ନିଆଯାଇଥିଲା, ଯାହାକୁ ନେଇ ସନ୍ଦେହ ବଢ଼ିଥିଲା। ଏହାକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ସାଇବର ସେଲ ପକ୍ଷରୁ ତନାଘନା କରାଯାଇଛି।

ଆତଙ୍କୀ ପନ୍ନୁ ପାଇଁ ଓଡ଼ିଶାରେ କିଏ କରୁଛି କାମ?, ପନ୍ନୁ ନାଁରେ ଆସିଥିବା ଇମେଲ୍ ପ୍ରକୃତରେ ସେ ପଠାଇଛି ନା ଆଉ କିଏ ପଠାଇଛି ? ରାଜ୍ୟରେ ଖଲିସ୍ତାନୀ ଆତଙ୍କୀଙ୍କ ସ୍ଲିପର ସେଲ ଚାଲିଛି କି?, ବିଦେଶରେ ରହି ପନ୍ନୁ ସ୍ଲିପର୍ ସେଲ୍ ଦ୍ୱାର କିଛି କାଣ୍ଡ ଭିଆଇବାକୁ ପ୍ଲାନିଂ କରୁଛି କି ? ଏଭଳି ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ।

କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ବରିଷ୍ଠ ସାମ୍ବାଦିକଙ୍କ ପାଖରୁ ଏକ ମେଲ୍‌ ଆସିଥିଲା, ତେବେ ମେଲଟି କେଉଁଠି ଆସିଥିଲା, କ’ଣ ତାହା ଡିଟେଲ୍ସ ଜାଣିବା ପାଇଁ ଦେଖିବାକୁ ଆସିଥିଲୁ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ମେଲଟି କେଉଁଠ ଆସିଥିଲା, ତାହା ଜଣାପଡ଼ିବ। ମେଲଟି ଓଡ଼ିଆରେ ଆସିଛି, ତଦନ୍ତ ପରେ ସତ୍ୟାସତ ଜଣାପଡ଼ିବ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ