ପୂର୍ବତଟ ରେଳପଥ ହକି ଟିମ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ 2025ର ବିଜେତା

ପୂର୍ବ ତଟ ରେଳପଥ ହକି ଟିମ ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ 2025 ର ଟାଇଟଲ ବିଜେତା ହୋଇଛି। 6 ରୁ 11 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ରାଉରକେଲାରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍ ରେ ରାଜ୍ୟର 36 ଟି ଦଳ ଅଂଶଗ୍ରହଣ କରିଥିଲେ, ଯାହା ଓଡ଼ିଶାର ହକି ପ୍ରତିଭାର ଗଭୀରତା ଓ ପ୍ରସାରକୁ ପ୍ରଦର୍ଶନ କରିଥିଲା।

ସୁନ୍ଦରଗଡ଼ ଦଳ ବିପକ୍ଷରେ ହୋଇଥିବା ଏକ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ, ପୂର୍ବତଟ ରେଳପଥ ହକି ଦଳ ତାଙ୍କ ପ୍ରେରଣାଦାୟକ ଅଧିନାୟକ ଶ୍ରୀ ଅମିତ ରୋହିଦାସଙ୍କ ନେତୃତ୍ୱରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଶ୍ରୀ ରୋହିଦାସଙ୍କ ଉଲ୍ଲେଖନୀୟ ହ୍ୟାଟ୍-ଟ୍ରିକ୍ ଗୋଲ୍ ଦଳକୁ ଏକ ସ୍ମରଣୀୟ ବିଜୟ ପ୍ରଦାନ କରିଥିଲା।
ପୂର୍ବତଟ ରେଳପଥ କ୍ରୀଡ଼ା ସଂଘର ବିଭିନ୍ନ ବିଭାଗରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଏକ ସମୃଦ୍ଧ ପରମ୍ପରା ରହିଛି। ବର୍ଷ ବର୍ଷ ଧରି ଏହି ଜୋନର କ୍ରୀଡାବିତ୍ ମାନେ କେବଳ ଭାରତୀୟ ରେଳବାଇ ପାଇଁ ନୁହେଁ ବରଂ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ଏବଂ ଭାରତ ପାଇଁ ମଧ୍ୟ କ୍ରମାଗତ ଭାବରେ ଗୌରବ ଆଣିଛନ୍ତି।

ଚତୁର୍ଥ ସିନିୟର ପୁରୁଷ HAO ହକି ରାଜ୍ୟ ଚାମ୍ପିଅନସିପ 2025 ରେ ଏହି ବିଜୟ ପୂର୍ବତଟ ରେଳପଥର କ୍ରୀଡା ଐତିହ୍ୟରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡିଛି ଏବଂ କ୍ରୀଡା ମାଧ୍ୟମରେ କ୍ରୀଡା ଉତ୍କର୍ଷତା, କ୍ରୀଡାବିତ ମାନଙ୍କର ବିକାଶ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଏହାର ଅଟଳ ପ୍ରତିବଦ୍ଧତାକୁ ପୁନଃନିର୍ଦ୍ଦିଷ୍ଟ କରୁଛି।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ