ବାଲିକୁଦା,21/09: ଜଗତସିଂହପୁରଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ତଣ୍ଡିକୁଳ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସୁଲୋଚନା ସାହୁଙ୍କ ୪ ବଖରା ଘର ବଜ୍ରପାତରେ ଜଳି ପାଉଁଶ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ବାଲିକୁଦା ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ବ୍ରଜପାତର ବିଭୀଷିକା ଏଭଳି ଥିଲା କି ନିକଟରେ ଥିବା ଏକ ଭୋଜିକୁ ଯୋଗ ଦେବାକୁ ଯାଇଥିବା କାରଣରୁ ପରିବାର ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା। ଘଟଣା ଘଟିବା ପରେ ଗ୍ରାମବାସୀମାନେ ବାଲିକୁଦା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ଅଧିକାରୀ ଭୀମସେନ ବରାଳଙ୍କ ନେତୃତ୍ୱରେ ୨ଟି ଗାଡି ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ଘର ଭିତରେ ଥିବା ସମସ୍ତ ମୂଲ୍ୟବାନ ସାମଗ୍ରୀ, ଅର୍ଥ ସହ ଆବାସ ପତ୍ର ପୋଡି ପାଉଁଶ ହୋଇଥିବା ଶ୍ରୀ ବରାଳ ସୂଚନା ଦେଇଥିଲେ। ଏହି ଅସହାୟ ପରିବାରକୁ ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର
କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…








