ବଜ୍ରପାତରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଜଳିଗଲା ପତାକା

ଭୁବନେଶ୍ୱର: ବଜ୍ରପାତରେ ଜଳିଗଲା ଲିଙ୍ଗରାଜ ମନ୍ଦିରର ପତାକା । ବୁଧବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ଘଡ଼ଘଡିରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମୁଖ୍ୟତଃ ମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ଅଚଳ ହୋଇଯାଇଛି । ଏଥିସହ ଇନ୍‌ଭର୍ଟର ଓ ବିଦ୍ୟୁତ୍‌ ବଲ୍‌ବଗୁଡ଼ିକ ମଧ୍ୟ ଅକାମୀ ହୋଇଯାଇଛି ବୋଲି କର୍ମଚାରୀମାନେ କହିଛନ୍ତି । ସେହିପରି ବିଜୁଳି ପ୍ରତିରୋଧ ବ୍ୟବସ୍ଥା ମଧ୍ୟ କାମ ନକରିବାରୁ ଭୟଙ୍କର ଘଡ଼ଘଡ଼ିରେ ଉଭୟ ସେବାୟତ ଓ ଶ୍ରଦ୍ଧାଳୁ ଭୟଭୀତ ହୋଇପଡ଼ିଥିଲେ ।
ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପ୍ରାୟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ସେଥିରୁ ମାତ୍ର ୧୨ଟି କ୍ୟାମେରା କାମ କରୁଥିଲା । ବୁଧବାର ବଜ୍ରପାତ ଯୋଗୁ ସବୁ କ୍ୟାମେରା ଅକାମୀ ହୋଇଯାଇଛି । ଏଣେ କାର୍ତ୍ତିକ ମାସ ହେତୁ ପ୍ରତ୍ୟେହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ବିଶେଷ କରି ସୋମବାର ସର୍ବାଧିକ ଭିଡ଼ ହେବ । ତେଣୁ ଶୀଘ୍ର ମରାମତି ନ ହେଲେ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ମନ୍ଦିରର ଇନ୍‌ଭର୍ଟର ସମେତ ସମସ୍ତ ବିଦ୍ୟୁତ୍‌ ବଲ୍‌ବ ଖରାପ ହୋଇଯାଇଥିବା ଇଲେକ୍ଟ୍ରିସିଆନ ହେମନ୍ତ ମହାପାତ୍ର କହିଛନ୍ତି । ସନ୍ଧ୍ୟା ପୂର୍ବରୁ କେତେକ ବଲ୍‌ବ ମରାମତି କରି ଠିକ୍‌ କରାଯାଇଛି । ଅବଶିଷ୍ଟ ଗୁରୁବାର ସୁଦ୍ଧା କାମ କରାଯିବ ବୋଲି ସେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାକାର ବଜ୍ରପାତ ପ୍ରତିରୋଧ ବ୍ୟବସ୍ଥା ନୂଆକରି କାମ ହୋଇଥିଲେ ସୁଦ୍ଧା ଆଦୌ ଉପଯୋଗୀ ହୋଇପାରୁନି ବୋଲି ସେବାୟତମାନେ କହିଛନ୍ତି ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ