କଟକ ଗଣ୍ଡଗୋଳ: ଘରେ ଘରେ ଯାଞ୍ଚ

ଭୁବନେଶ୍ୱର:ସିଲଭର ସିଟି କଟକ ଦଶହରା ଭସାଣୀ ଗଣ୍ଡଗୋଳ ଘଟଣାରେ ଗୁରୁବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପୁଲିସ ଆଜି ଘରେ ଘରେ ଯାଞ୍ଚ କରୁଛି । ହାତୀପୋଖରୀ ଅଞ୍ଚଳରେ କମିସନରେଟ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଯେଉଁଥିପାଇଁ ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପ ପୁଲିସ ଫୋର୍ସ ମୁତୟନ କରାଯାଇଛି । କେନ୍ଦ୍ରୀୟ ଫୋର୍ସ ସହ ଘର ଘର ବୁଲି କମିଶନରେଟ ପୁଲିସ ଯାଞ୍ଚ କରୁଛି ।

ଦରଘାବଜାର ଅଞ୍ଚଳରେ ଭସାଣି ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଗଣ୍ଡଗୋଳ, ଢେଲାମାଡ଼, ଗୋଷ୍ଠୀ ସଂଘର୍ଷ ଓ ଉତ୍ତେଜନାକୁ କେନ୍ଦ୍ର କରି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସୋମବାର ସକାଳୁ ସନ୍ଧ୍ୟା ଯାଏ ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ସମର୍ଥନରେ ବିଶ୍ୱହିନ୍ଦୁ ପରିଷଦର କଟକ ମହାନଗର ସଂଗଠନ ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଏକ ମୋଟର ସାଇକେଲ୍‌ ରାଲି କରାଯିବା ନେଇ ଆହ୍ୱାନ ଦିଆଯାଇଥିଲା । ଏହି ରାଲି ବିଦ୍ୟାଧରପୁର ଠାରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ, ଓଏମ୍‌ପି, କଲେଜଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ପାଖରୁ ବୁଲି ହରିପୁର ଦୋଳମୁଣ୍ଡାଇ ଦେଇ ଦରଘାବଜାର ଅଭିମୁଖେ ଯାଇଥିଲା । ପୁଲିସ୍‌ ପୂର୍ବରୁ ଆନ୍ଦୋଳନକାରୀଙ୍କୁ ନ ଅଟକାଇ ଦରଘାବଜାର ପର୍ୟ୍ୟନ୍ତ ଆସିବାକୁ ସୁଯୋଗ ଦେଇଥିଲା । ଦରଘାବଜାର ନିକଟରେ ଆନ୍ଦୋଳନକାରୀମାନେ ପହଞ୍ଚିବା ପରେ ଦରଘାବଜାର ଥାନା ସାମ୍ନାରେ ହୋହଲ୍ଲା କରିଥିଲେ । ଭସାଣି ରାତିରେ ଠିକ୍‌ ଏହି ସ୍ଥାନରେ ଉତ୍ତେଜନା, ମାର୍‌ପିଟ୍‌ ହୋଇଥିବାବେଳେ ରବିବାର ଏଠାରେ ପୁଲିସ୍‌ ସହ ସାମ୍ନାସାମ୍ନି ହୋଇଥିଲେ ଆନ୍ଦୋଳନକାରୀ । ପୁଲିସ୍‌ ଉପରେ ଆକ୍ରମଣ କରାଯିବା ପରେ ପୁଲିସ୍‌ ପାଲଟା ଲାଠି ଚାର୍ଜ କରି ଆନ୍ଦୋଳନକାରୀଙ୍କୁ ତଡ଼ିଥିଲା । ଲୁହବୁହା ବାଷ୍ପ ବି ମାରିଥିଲା । ପରେ ଏଠାକାର ସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଆନ୍ଦୋଳନକାରୀ ମାନେ ଛିନ୍‌ଛତ୍ର ହୋଇ ବିଭିନ୍ନ ଗଳିକନ୍ଦିରେ ପ୍ରବେଶ କରି ନାରାବାଜି ଦେବା ଆରମ୍ଭ କରିଥିଲେ । ପରେ ସ୍ଥିତି ଅଶାନ୍ତ ହୋଇପଡ଼ିଥିଲା । ଗୌରୀଶଙ୍କର ପାର୍କ ନିକଟରେ କିଛି ଉଠା ଦୋକାନୀଙ୍କ ଠେଲା ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା ।ଅନ୍ୟପକ୍ଷରେ ଆନ୍ଦୋଳନକାରୀ-ପୁଲିସ୍‌ ସଂଘର୍ଷ ଯୋଗୁଁ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଗୁରୁତର ଆହତ ହୋଇଥିଲେ । । ଆଉ ଏହା ପରେ ସହରରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ପ୍ରଥମେ ୨୪ ଘଣ୍ଟା ଓ ପରେ ପୁଣି ଥରେ ଇଣ୍ଟରନେଟ ସେବା ବନ୍ଦ ବୃଦ୍ଧି କରାଯାଇଥିଲା।ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ଯାଏ କର୍ଫ୍ୟୁ ବଳବତ୍ତର ରଖାଯାଇଥିଲା ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ