ତଦନ୍ତ ପାଇଁ ନକଲି ପୁଲିସ୍‌କୁ ପଠାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇ ନିଲମ୍ବିତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତଦନ୍ତ ପାଇଁ ଅସଲି ପୁଲିସ୍ ନକଲି ପୁଲିସ୍‌କୁ ପଠାଇ ନିଲମ୍ବିତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନାର ସବ ଇନ୍ସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଅଭିଯୋଗ ହୋଇଥିଲା । ତେବେ ଦାୟିତ୍ବରେ ଥିବା ପୁଲିସ୍‌ ଏସ୍‌ଆଇ ନିଜେ ନଯାଇ ତଦନ୍ତ ପାଇଁ ଯୁବକଙ୍କୁ ପଠାଇଥିଲେ। ଯୁବକ ଜଣଙ୍କ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ । ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ। ସ୍ଥାନୀୟ ଲୋକେ ଏହା ଜାଣି ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ସେ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ଅଧିକ ସନ୍ଦେହ ହେବାରୁ ଗ୍ରାମବାସୀମାନେ ଯୁବକଙ୍କୁ ଅଟକ ରଖି ପୁଲିସ୍‌କୁ ଡାକିବାରୁ ପୁଲିସ୍‌ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୁଲିସ୍‌ ନୁହନ୍ତି। ତେଣୁ ଗ୍ରାମାଞ୍ଚଳ ପୁଲିସ୍‌ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୁଲିସ୍‌ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇବା ପରେ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ