ଭିଜିଲାନ୍ସ ହାତରେ ଆକାଉଣ୍ଟାଣ୍ଟ୍

ଜଳେଶ୍ୱର, : ଜଳେଶ୍ୱର ମ୍ୟୁନସିପାଲଟିରେ ହୋର୍ଡ଼ିଂ ଓ ଲାଇଟ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଆକାଉଣ୍ଟାଣ୍ଟ୍ ବ୍ରଜ ଗୋପାଳ ଘୋଷ ଓ ତାଙ୍କ ସହଯୋଗୀ ଅଟକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମ୍ୟୁନସିପାଲଟିରେ ।ସୂଚନା ଅନୁଯାୟୀ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଅଭିଯୋଗକାରୀ ତଥା ଠିକାଦାର ଜ୍ୟୋତି ମହାପାତ୍ର ମ୍ୟୁନସିପାଲଟିରେ ହୋର୍ଡ଼ିଂ ଓ ଲାଇଟ ପୋଷ୍ଟ କାର୍ୟ୍ୟ ପାଇଁ ବିଲ୍ ଉଠାଇବାକୁ ଆସିଥିଲେ । ମାତ୍ର ଆକାଉଣ୍ଟାଣ୍ଟ୍ ବ୍ରଜଗୋପାଳ ଘୋଷ ୧ ଲକ୍ଷ ଟଙ୍କା ବିଲ୍ ପାସ୍ କରିବାକୁ ଠିକାଦାରଙ୍କୁ ୨୦ହଜାର ଟଙ୍କା ଦାବି କରିଥିଲେ । ଠିକାଦାର ଉକ୍ତ କଥାରେ ରାଜି ହୋଇ ଆକାଉଣ୍ଟାଣ୍ଟ୍ ଘୋଷଙ୍କୁ ୧୦ହଜାର ଟଙ୍କା ଦେଇ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ । ତେବେ ଆଜି ୧୨ଟା ୩୦ମିନିଟ୍ ସମୟରେ ଯୋଜନା ବଦ୍ଧ ଭାବେ ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ଚଢ଼ଉ କରି ୧୦ହଜାର ଟଙ୍କା ଜବତ କରିବା ସହ କମ୍ପ୍ୟୁଟରର ହୋର୍ଡ଼ିଂ​​​​​​​ ଡିସ୍କ ଓ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରିବା ସହ ଆକାଣ୍ଟାଣ୍ଟ୍ ବ୍ରଜଗୋପାଳ ଘୋଷ ମହାପାତ୍ର ସହ ତାଙ୍କ ସହଯୋଗୀ ରତିକାନ୍ତ ପାତ୍ରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ବିଭାଗ।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ